|
logo
Live
Argus News App
GET APP

Argus News - ମା' ମଝିଘରିଆଣୀଙ୍କ  ଦାନ ହୁଣ୍ଡିର ଗଣତି ଆରମ୍ଭ 

Odisha

ମା' ମଝିଘରିଆଣୀଙ୍କ  ଦାନ ହୁଣ୍ଡିର ଗଣତି ଆରମ୍ଭ 

Manini Pattanayak
Browse all articles by Manini Pattanayak
·1 year ago
ମା' ମଝିଘରିଆଣୀଙ୍କ  ଦାନ ହୁଣ୍ଡିର ଗଣତି ଆରମ୍ଭ 

ରାୟଗଡ଼ା: ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରରେ ଦାନ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଛି । ୪ ମାସର ବ୍ୟବଧାନ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ହୁଣ୍ଡି ଖୋଲାଯାଇଛି । ତହସିଲଦାର, ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ, ସଦସ୍ୟ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦାନ ହୁଣ୍ଡି ଖୋଲାଯାଇ ଗଣତି ଚାଲିଛି ।

୯ଟି ହୁଣ୍ଡିର ଦାନ ଅର୍ଥ ଗଣତି କର୍ଯ୍ୟରେ ମହିଳା ସେଚ୍ଛାସେବୀ ସଂଘଠନର ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି । ଗଣତି ପ୍ରକ୍ରିୟାରେ ପ୍ରାୟ 200 ସେଚ୍ଛାସେବୀ ମହିଳା ନିୟୋଜିତ ହୋଇଛନ୍ତି । ଗତ ଥର ଗଣତିରେ ପ୍ରାୟ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିଥିଲା ।
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ମା' ମଝିଘରିଆଣୀଙ୍କ  ଦାନ ହୁଣ୍ଡିର ଗଣତି ଆରମ୍ଭ  | Argus News