Videos
|
Odisha

କୋର୍ଟ ଦେଇଛନ୍ତି ବେଲ, ପାଣ୍ଡିଆନ ଦେଉଛନ୍ତି ଜେଲ ଧମକ..

Swayangprajna Mishra
Browse all articles by Swayangprajna Mishra
·2 years ago·3 min read
କୋର୍ଟ ଦେଇଛନ୍ତି ବେଲ, ପାଣ୍ଡିଆନ ଦେଉଛନ୍ତି ଜେଲ ଧମକ..

Key Points

  • କୋର୍ଟ ଦେଇଛନ୍ତି ବେଲ
  • ପାଣ୍ଡିଆନ ଦେଉଛନ୍ତି ଜେଲ ଧମକ
  • ଅଣଓଡ଼ିଆ ହୋଇ ଓଡ଼ିଆଙ୍କ ଉପରେ ଦେଖାଉଛନ୍ତି ହୁକୁମତି
  • ମନେ ମନେ ଭାବୁଛନ୍ତି କି ? ସର୍ବେସର୍ବା
  • କୋର୍ଟଙ୍କ ଉପରେ କି ପାଣ୍ଡିଆନ ?

 ଅର୍ଗସ ବ୍ୟୁରୋ : ବିଜେଡ଼ିକୁ ଘାରିଛି ୨୪ ଡର। ନେତା ଯୁଆଡେ ଯାଉଛନ୍ତି ବିକାଶର ତାଲିକା ମାଗୁଛନ୍ତି ଜନତ।। ତେଣୁ ରାଗରେ ତାମିଲ ନେତା ଦେଖାଉଛି ନାଲି ଆଖି। ଅଣ ଓଡ଼ିଆ ଲୋକ ହୋଇ ଓଡ଼ିଆ ଲୋକଙ୍କୁ ଦେଉଛନ୍ତି ଧମକ । 

କୋର୍ଟ ପ୍ରଦୀପଙ୍କୁ ବେଲ ଦେଇଥିବାବେଳେ,କେମିତି ପାଣ୍ଡିଆନ ତାଙ୍କୁ ଜେଲର ଧମକ ଦେଉଛନ୍ତି ।ସେ ପୁଣି ସଭାମଞ୍ଚରେ,ସେ ଜେଲରେ ରହିବେ ନା ବେଲରେ ରହିବେ ସେ ନିଷ୍ପର୍ତ୍ତି କୋର୍ଟ ନେବେ। ଏବେ ପ୍ରଦୀପ ପାଣିଗ୍ରାହୀ ବେଲ୍ ରେ ଅଛନ୍ତି ସେ ଦୋଷୀ ବୋଲି ପ୍ରମାଣ ହୋଇନି । ନାଁ ପାଣ୍ଡିଆନ ଯେମିତି କହୁଛନ୍ତି ସେ  ପ୍ରଦୀପଙ୍କୁ ଜାଣିଶୁଣି ଆଉ ଫସାଇବାକୁ ଚାହୁନାହାନ୍ତି ତ । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।  କାହିକିଁ ନା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ଥିଲେ ପ୍ରଦୀପ,ଗଞ୍ଜାମ କଥା ବି ଦେଖା ଶୁଣା କରୁଥିଲେ ।କିନ୍ତୁ ପାଣ୍ଡିଆନ-ପ୍ରଦୀପ ମଧ୍ୟରେ ତୁତୁ ମେ ମେଁ ପରେ ନବୀନଙ୍କ ଠୁ ପ୍ରଦୀପଙ୍କୁ ଦୂରେଇ ଦିଆଗଲା,ତାମିଲ ବାବୁ ସାଜିଲେ ନବୀନଙ୍କ ପାଖ ଲୋକ। 
ବିଜେଡ଼ି ନେତା ପାଣ୍ଡିଆନ ଗଞ୍ଜାମର ଚିକିଟି ନିର୍ବାଚନ ମଣ୍ଡଳି ଗସ୍ତ ସମୟରେ ନାଁ ନନେଇ ଟାର୍ଗେଟ କରିଥିଲେ ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ,ବେଲରେ ଆସିଛ ସେମିତି ରୁହ,ନହେଲେ ପୁଣି ପଠାଇ ଦିଆଯିବ ଜେଲ କହି ପାଣ୍ଡିଆନ ଟାର୍ଗେଟ କରିଥିଲେ । 
 

ପ୍ରଦୀପଙ୍କୁ ତାଙ୍କ ଜନବିରୋଧୀ କାର୍ଯ୍ୟକଳାପ ଦର୍ଶାଇ ବିଜୁ ଜନତା ଦଳ ତାଙ୍କୁ ବିତାଡିତ କରିଥିଲା । ୨୦୨୦ ନଭେମ୍ବର ୨୯ ତାରିଖ  ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରାଯାଇଥିଲା । ମାତ୍ର ପ୍ରଦୀପକୁ ହଟାଇ ନବୀନଙ୍କ  ନିକଟତର ହେବାକୁ କୁଆଡେ ପାଣ୍ଡିଆନ ଏ ଚକ୍ରବ୍ୟୁହ ରଚିଥିଲେ ବୋଲି ସେ ସମୟରେ ଚର୍ଚ୍ଚା ହୋଇଥିଲା। ଫଳରେ ସଫାହୋଇଥିଲା ତାମିଲ ବାବୁଙ୍କ ରାସ୍ତା,କାଳେ ପ୍ରଦୀପ ରହିଲେ କିଛ ଅସୁବିଧା ହେବ ସେଥିଲାଗି ମୁଳୁମାଇଲେ ଯିବ ସରି ଦେବଙ୍କ ସହ କିମ୍ପା କଳି ନୀତି ଆପଣେଇ ଥିଲେ କାର୍ତ୍ତିକ।  ସେ ଟାଟା ମୋଟର୍ସରେ ଚାକିରି ଦେବା ନାମରେ ବେକାର ଯୁବକଯୁବତୀଙ୍କ ସହିତ ପ୍ରତାରଣ କରିଛନ୍ତି ବୋଲି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଖୋଦ ତାଙ୍କରି ନିର୍ବାଚନ ମଣ୍ଡଳିର ଭୋଟର ଅଭିଯୋଗ ଆଣିଥିଲେ ,। ପ୍ରଦୀପଙ୍କ ଭାବି ଜ୍ବାଇଁ ଆକାଶ ପାଠକଓ ଭାବି ସମୁଧୀ ଦୁର୍ନିତୀର ଏହି ଖେଳରେ ତାଙ୍କୁ ସାଥ୍ ଦେଇଥିବା ଅଭିଯୋଗ ଆସିଥିଲା। ଅଭିଯୋଗ ଆସିବା ପରେ ଡିସେମ୍ବର ୩  ୨୦୨୦ରେ ତାଙ୍କୁ  ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ପ୍ରାୟ ୭ ମାସ ଧରି ପ୍ରଦୀପ ଜେଲରେ ଥିଲେ । ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ,କିନ୍ତୁ ଏବେ ସେ ବେଲରେ ଅଛନ୍ତି,କିନ୍ତୁ ୨୪ରେ ପ୍ରଦୀପ ବିଜେଡି ଛାଡି ବିଜେପିର ହାତ ଧରିଥିଲେ,ଗଞ୍ଜାମ ସାଂସଦ ପ୍ରାର୍ଥୀ ଟିକେଟ ବି ହାତେଇଥିଲେ,କହିଥିଲେ ଓଡ଼ିଶାରେ ଆଉ ପାଣ୍ଡିଆନ ଶାସନ ଚଳିବ ନାହିଁ,
୨୪ରେ ବିଜେଡିର ଲେଖା ଛିଡିବ,ଓଡ଼ିଶାରେ ହେବ ଡବଲ ଇଞ୍ଜିନ ସରକାର,ଅଲବତ ହେବ। 

ପାଣିଗ୍ରାହୀ ସବୁବେଳେ ବିଜେଡିକୁ ଟାର୍ଗେଟ କରିଆସୁଥିବାରୁ କେମିତି ପ୍ରଦୀପଙ୍କୁ ଚୁପ୍ କରାଇବେ ବୋଲି ରାତି ଦିନ ଲାଗିପଡିଛନ୍ତି ତାମିଲ ବାବୁ। ସେ ଏ କଥା ଜାଣିଛନ୍ତି ପ୍ରଦୀପ ଜାଣିଛନ୍ତି ବିଜେଡ଼ିର ଭିତିରି କଥା,କଳେବଳେ କୌଶଳରେ ଚୁପ୍ କରିବାକୁ ଲାଗି ପଡିଛନ୍ତି।  ସେପଟେ ବିଜେଡ଼ି ନଂ୨ ନେତା  ପାଣ୍ଡିଆନ ଗଞ୍ଜାମ ଜିଲ୍ଲାରେ ବିଜେଡିର   ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ବିଜୟ ହେବେ ବୋଲି କହିଥିଲେ।  କିନ୍ତୁ ପାଣ୍ଡିଆନଙ୍କ ଏ ଦିବା ସପ୍ନ ସତରେ କଣ ପୂରଣ ହେବ ?। ଯେଉଁମାନେ ଓଡ଼ିଆଙ୍କୁ  ନାଲିଆଖି ଦେଖାଇଆସୁଛନ୍ତି । ତେବେ ସମୟ ବଦଳିଲାଣି, ଏବେ ଲୋକେ ବୁଝିଲେଣି,ଏଥର ଜବାବ ଦେବେ ଭୋଟର । ସମୟ ପୂର୍ବରୁ ପାଣ୍ଡିଆନ ଏ କଥା ବୁଝିଯିବା ଦରକାର ନ୍ୟାୟଳୟ ଠାରୁ ଉର୍ଦ୍ଦରେ ନୁହନ୍ତି ସେ। ଓଡ଼ିଆ ଲୋକ ସମ୍ନାନ  ଦେଇଶିଖନ୍ତି, ମା ଓ ମାଟି ସହ କିଏ ବେଇମାନି କଲେ ଇଟା ର ଜବାବ ଦିଅନ୍ତି ପଥରରେ। ପ୍ରଦୀପଙ୍କ ଭାଷାରେ ଗଞ୍ଜାମରେ ବିଜେଡିର ଲେଖା ଛିଡିବ ଏ ଅପାରଗ ସରକାର ବଦଳିବ,ଓଡ଼ିଶାରେ ଆସିବ ଡବଲ ଇଞ୍ଜିନ ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: