ଗଞ୍ଜେଇ ବେପାରୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ
·2 years ago

କଟକ : ଗଞ୍ଜେଇ ବେପାରୀକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଲେ କଟକ ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ। ଏହା ସହ ଏକ ଲକ୍ଷ ଟଙ୍କାର ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମବଙ୍ଗର ଗଞ୍ଜେଇ ବେପାରୀ ମାଣିକ ଅଲି ଶେଖକୁ ଏହି ଦଣ୍ଡାଦେଶ ଶୁଣେଇଲେ କୋର୍ଟ। ଜୋରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡାଦେଶ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଅଧିକ ପଢନ୍ତୁ : ୧ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
୦୭ ଅଗଷ୍ଟ ୨୦୨୨ ମସିହାରେ କଟକ ଓଏମପି ଓଭର ବ୍ରିଜ ଉପରେଏକ କାରରେ ପ୍ଲାଷ୍ଟିକ ବ୍ୟାଗ ଭର୍ତ୍ତି ଗଞ୍ଜେଇ ଚାଲାଣ ସମୟରେ ଧରିଥିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଏଥିରେ ପାଖାପାଖି ୮୧ କେଜି ଗଞ୍ଜେଇ ଚାଲାଣ ହେଉଥିଲା। ଏହି ଗଞ୍ଜେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: