Videos
|
Odisha

ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର  

Manini Pattanayak
Browse all articles by Manini Pattanayak
·1 year ago·1 min read
ଉଦ୍ଧାର ହେଲା ଥଣ୍ଟିଆ କୁମ୍ଭୀର  

କଟକ: କାଠଯୋଡ଼ିରୁ ଉଦ୍ଧାର ହେଲା ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀର । କଟକ ସିଟି ରେଞ୍ଜ ଅଫିସ ଉଦ୍ୟମ ବଳରେ ଏହି କୁମ୍ଭୀରକୁ ଉଦ୍ଧାର କରାଯାଇଛି। ଦୀର୍ଘ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ଧରି କାଠଯୋଡ଼ି ରେ ରହିଥିଲା ଏହି କୁମ୍ଭୀର।

ସି ଡ଼ି ଏ କାଠଯୋଡ଼ି ନଦୀ ପଠା ରେ ଜୟନ୍ତ ବେହେରା ନାମକ ବ୍ୟକ୍ତି ମାଛ ଧରିବା ସମୟରେ ଏହି ଛୁଆ କୁମ୍ଭୀରକୁ ଦେଖି ରେଞ୍ଜ ଯୋନ୍‌ କୁ ଖବର ଦେଇଥିଲେ। ଏହାପରେ ଟିମ ସେଠାରେ ପହଞ୍ଚି  ଉକ୍ତ କୁମ୍ଭୀରକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ପରେ ଏହା 4 ମାସ ର ଘଡ଼ିଆଳ କୁମ୍ଭୀର ଜଣାପଡିଥିଲା। ଯାହାର ଲମ୍ବ ଦୁଇ ଫୁଟ।  କୁମ୍ଭୀର କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ଓ ପରେ DFO ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦନକାନନ ନହଲେ ସାତକୋଶିଆ ରେ ଛଡାଯିବ ବୋଲି କହିଛନ୍ତି କଟକ ବନାଞ୍ଚଳ ଅଧିକାରୀ ରଶ୍ମିରେଖା ପରିଡା।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The crocodile was rescued | Argus News