Videos
|
Odisha

ମାଣ୍ଡିଆକୁ ବହୁଳ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି ବର୍ତମାନ କେନ୍ଦ୍ର ସରକାର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଣ୍ଡିଆକୁ ବହୁଳ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି ବର୍ତମାନ କେନ୍ଦ୍ର ସରକାର

ଅର୍ଗସ ବ୍ୟୁରୋ:  ପୁର୍ବରୁ ଜିଲ୍ଲାର ଆଦିମ ଜନଜାତି ମାନଙ୍କ ପ୍ରମୁଖ ଖାଦ୍ୟ ଥିଲା ମାଣ୍ଡିଆ  । ମାଣ୍ଡିଆରେ ସେମାନେ ଜାଉ ବା ମାଣ୍ଡିଆ ପେଜ ଭାବରେ ଖାଉଥିଲେ କିନ୍ତୁ ଏବେ ମାଣ୍ଡିଆରେ ବିଭିନ୍ନ ଖାଦ୍ୟ ଜିନିଷ ତିଆରି କରାଯାଇପାରୁଛି । ମାଣ୍ଡିଆରୁ ଚା, ବିସ୍କୁଟ , ମିକ୍ଚର , କୁକିଜ, ଲଡୁ ପରି ବହୁ ସ୍ନାସ୍କ ତିଆରି କରାଯାଉଛି  । ହେଲେ ଏବେ ମିଲେଟ ବ୍ୟାଙ୍କରେ ଗ୍ରାହକଙ୍କୁ ଆହୁରି ଅଧିକ ମିଲଟ ସାମଗ୍ରୀ ମିଳି ପାରିବ।  ଦୋସା ମିକ୍ସ , ଇଡିଲି ମିକ୍ସ , ସୋଡା ମିକ୍ସ ,କଫି ମିକ୍ସ ଉପମା ମିକ୍ସ ଭଳି ଅନେକ ନୂଆ ଆଇଟମ ମିଳିବ ଏହି ମିଲେଟ ବ୍ୟାଙ୍କରେ |

ଦିନେ ଯୋଉଁ ହାଣ୍ଡିଶାଳରେ ମିଲେଟର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନଥିଲା ସେଇ ହାଣ୍ଡିଶାଳରେ ଏବେ ମହକୁଛି ମିଲେଟ |  ମାଣ୍ଡିଆରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ରହିଛି। ଏହା ସହିତ, ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ଥାଏ। ହୃଦ୍ ରୋଗଠାରୁ ଆରମ୍ଭ କରି ମଧୁମେହ ଏବଂ ମାଂସପେଶୀ ପର୍ଯ୍ୟନ୍ତ ସବୁକିଛି ପାଇଁ ମାଣ୍ଡିଆ ଅତ୍ୟନ୍ତ ଲାଭଦାୟକ। ଆମେରିକୀୟ ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ବାୟୋଟେକ୍ନୋଲୋଜି ଇନ୍‌ଫର୍‌ମେସନ୍  ର ଅନୁସନ୍ଧାନ ଅନୁଯାୟୀ, ମାଣ୍ଡିଆ କର୍କଟ ଭଳି ରୋଗର ଆଶଙ୍କାକୁ ହ୍ରାସ କରିଥାଏ|  ଯାହା ଫଳରେ ବର୍ତମାନ କେବଳ କୋରାପୁଟ ନୁହେଁ ରାଜ୍ୟ ସାରା ସମସ୍ତ ଶ୍ରେଣୀ ଲୋକମାନେ ଏବେ ମଣ୍ଡିଆ ଖାଇବା ପ୍ରତି ଆଗ୍ରହ ଦେଖାଉଛନ୍ତି।

କୋରାପୁଟ ଜିଲ୍ଲାର ପ୍ରାୟ ୭୦ ଭାଗ ମାଣ୍ଡିଆ ଚାଷ କରାଯାଇଥାଏ  । ପୂର୍ବରୁ କେନ୍ଦ୍ର ସରକାର ଲଗାତାର ଭାବେ କୋରାପୁଟ ଜିଲ୍ଲା ର ମିଳେଟ କୁ ଗୁରୁତ୍ଵ ଦେଇ ବିଶ୍ଵ ଦରବାର ରେ ଏହାର ପରିଚୟ ତିଆରି କରିଥିବା ବେଳେ ଏବେ ରାଜ୍ୟରେ ବିଜେପି ସରକାର ପରେ ଏବେ ଅଧିକା ଆଶାରେ କୋରାପୁଟ ବାସିନ୍ଦା |

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The current central government has emphasized the use of millet | Argus News