Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୁର୍ଗମର ଅନ୍ଧାରୀ ମୁଲକ ତଗାପକାଲି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦୁର୍ଗମର ଅନ୍ଧାରୀ ମୁଲକ ତଗାପକାଲି

ଅର୍ଗସ ବ୍ୟୁରୋ:  ଦୁର୍ଗମର ଅନ୍ଧାରୀ ମୁଲକ ତଗାପକାଲି। ଯେଉଁଠି ସଞ୍ଜ ନଇଁଲେ ଗାଁକୁ ଆସେ ବିପଦ। ସୂର୍ଯ୍ୟ ନଇଁଲେ ଅନ୍ଧାର ଭିତରକୁ ଚାଲି ଯାଏ ପୁରା ଗାଁ। ଡିବିରି ଆଲୁଅ ଏଠି ସାହା ଭରଷା ।  ଏହେଉଛି କନ୍ଧମାଳ ବାଲିଗୁଡ଼ା ବ୍ଲକ ପରମପାଙ୍ଗା ପଞ୍ଚାୟତର ତଗାପକାଲି। ଥରେ ଦେଖନ୍ତୁ ଏଠି ରାଜ୍ୟ ସରକାରଙ୍କ ବିକାଶ ର ବାସ୍ତବ ଚିତ୍ର କୁ। ବ୍ଲକ କାର୍ଯ୍ୟାଳୟ ଠାରୁ ପାଖରେ କିନ୍ତୁ ବିକାଶ ଠାରୁ ବହୁ ଦୂରରେ ତଗାପକାଲି ।

ବାଲିଗୁଡ଼ା ବ୍ଲକ ସଦର ମହକୁମାରୁ ମାତ୍ର 15 କିଲୋ ମିଟର ଦୂରରେ ରହିଛି ତଗାପକାଲି । ଗାଁ ର ପ୍ରତ୍ୟେକ ପରିବାର ଡଙ୍ଗର ଗୁଡ଼ିଆ , ହଳଦୀ ଚାଷ ଓ ଦିନ ମଜୁରିଆ ଭାବେ କାମ  କରନ୍ତି। ମାତ୍ର ଗାଁକୁ ନାହିଁ ରାସ୍ତା। ସ୍ଥାନୀୟ ଲୋକ ବାଧ୍ୟ ହୋଇ ରାସ୍ତାକୁ ସଫା କରି ମାଟି ପକାଇ ଯିବା ଆସିବା କରୁଛନ୍ତି। ଗାଁ ରେ ଗୋଟିଏ ବି ସରକାରୀ ନଳ କୂଅ ନାହିଁ । ରହିଛିତ ଏକ ମାତ୍ର ଚୁଆ, ଯାହାକି ଦୀର୍ଘ କୋଡ଼ିଏ ବର୍ଷ ପୂର୍ବେ ଜଳ ଛାୟା ଦ୍ଵାରା ନିର୍ମାଣ କରା ଯାଇଥିଲା। ଗାଁ ଲୋକେ ପିଇବା ପାଣି ପାଇଁ  ଚୁଆ ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳୁଛି। ଯେଉଁ ଚୂଆ ରେ ଗୋଧୋଇବା କଥା ସେ ଚୁଆ ପାଣି ହିଁ ପାନୀୟ ଜଳ ଭାବ ରେ ବ୍ୟବହାର କରୁଛନ୍ତି। ରାଜ୍ୟ ସରକାରଙ୍କ ରେକର୍ଡ ଅନୁସାରେ 12 ଟି ନିପଟ ଜଙ୍ଗଲି ଆଦିବାସୀ ପରିବାର ବସବାସ କରନ୍ତି। ହେଲେ ଗାଁ ରେ ଅଙ୍ଗନୱାଡ଼ି ଟିଏ ବି ନାହିଁ।

2019 ନିର୍ବାଚନ ପୂର୍ବରୁ ଏଇ ଆଦିବାସୀ ଗାଁକୁ ରାସ୍ତା ହେବ, ବିଜୁଳି ସଂଯୋଗ ହେବ ଓ ପାନୀୟ ଜଳର ଉତ୍କଟ ସମସ୍ୟା ଦୂର ହେବ ବୋଲି ନେତା ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଭିତରେ ୫ ବର୍ଷ ବିତି ଯାଇଥିବା ବେଳେ ଏବେବି ବଦଳିନି ତଗାପକାଲିର ଭାଗ୍ୟ। ଏବେବି ଗାଁରେ ସରକାରୀ ଯୋଜନା ସାତ ସପନ। ରାସ୍ତା, ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗ ଭଳି ସମସ୍ୟା ଗ୍ରାମବାସୀଙ୍କ ମୁଖ୍ୟ ସମସ୍ୟା। ଯଦି ସୂର୍ଯ୍ୟାଲୋକ ରେ ଚିତ୍ର ଏମିତି , ରାତି ର ଚିତ୍ର ସହଜ ରେ ଅନୁମେୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
the dark village of the tagapkali | Argus News