Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଅ ବାହାଘର ଦିନ ଚାଲିଗଲା ବାପାର ଜୀବନ

Odisha

ପୁଅ ବାହାଘର ଦିନ ଚାଲିଗଲା ବାପାର ଜୀବନ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ପୁଅ ବାହାଘର ଦିନ ଚାଲିଗଲା ବାପାର ଜୀବନ

କଟକ : ବାଣ ଫୁଟୁଥିଲା । ବାଜା ବାଜୁଥିଲା , ରୋଷଣୀ ଚାଲୁଥିଲା । ଆଉ ମାତ୍ର କିଛିଟା ସମୟ ପରେ ଏକାଠି ହୋଇଥାନ୍ତେ ଦୁଇଟି ପରିବାର । ଗଢି ଉଠିଥାନ୍ତା ଆଉ ଏକ ସମ୍ପର୍କ । ହେଲେ ମାତ୍ର କିଛି କ୍ଷଣରେ ସବୁକିଛି ଓଲଟପାଲଟ ହୋଇଗଲା । କାନ୍ଦ ବୋବାଳିରେ ଫାଟିପଡିଲା ପୁରା ଅଞ୍ଚଳ । ଶୁଭଦିନଟା ଅଶୁଭ ପାଲଟିଗଲା ....
ଭୋ ଭୋ ହୋଇ କାନ୍ଦୁଛନ୍ତି ପୁରା ପରିବାର । କାରଣ ଏମିତି ସମୟରେ ଏପରି ଅଘଟଣ ଯେ ଘଟିଯିବ କେହି ଭାବିନଥିଲେ । ପୁଅର ବାହାଘର ପାଇଁ ସରିଥିଲା ସବୁ ପ୍ରସ୍ତୁତି । ବରଯାତ୍ରୀ ସହ ପ୍ରସେସନ ଧରି ସମସ୍ତେ ବାହାରିଥିଲେ କନିଆଁ ଘରକୁ । ଆଉ କିଛି ସମୟରେ ପହଞ୍ଚିଥିଲେ ଏକ ନୂଆ ସମ୍ପର୍କର ଆରମ୍ଭ ହୋଇଥାନ୍ତେ । ହେଲେ କିଏ ଜାଣିଥିଲା ଗାଡିଟା କାଳ ସାଜିବ ବୋଲି । ଚାହୁଁଚାହୁଁ ପ୍ରସେସନରେ ଥିବା ବରଯାତ୍ରୀ ବସ ଭାରସାମ୍ୟ ହରାଇ ଚଢିଗଲା ବରର ବାପା ଉପରେ । ସାଙ୍ଗେସାଙ୍ଗେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । ହେଲେ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । 

ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର ବ୍ଲକର ଚତୁରାପଦା ଗାଁରେ । ମୃତକ ଜଣକ ହେଉଛନ୍ତି ବିମ୍ବାଧର ନାୟକ । ବାପାଙ୍କ ମୃତ୍ୟୁକୁ ସହଜରେ ବିଶ୍ବାସ କରିପାରୁନାହାନ୍ତି ପୁଅ ବବୁଲ । କାନ୍ଦି କାନ୍ଦି ଭୂଇଁରେ ଲୋଟି ପଡୁଛନ୍ତି ପୁରା ପରିବାର । କିଏ ଜାଣିଥିଲା , ଏତେ ବଡ ଅଘଟଣ ହୋଇଯିବ ବୋଲି । ଏବେ ଶୋକରେ ପୁରା ପରିବାର ପୁରା ଅଞ୍ଚଳ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The day of son's marriage , the father's life was gone | Argus News