ଦିନସାରାର ଖବର ସଂକ୍ଷେପରେ

ଅର୍ଗସ ବ୍ୟୁରୋ: ଆଜି ସଂସଦର ବଜେଟ୍ ଅଧିବେଶନ । ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସମସ୍ତ ମନ୍ତ୍ରୀ ତଥା ସାଂସଦଙ୍କ ଉଦ୍ଦେଶ୍ୟ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ......ଦଳମତ ଉର୍ଦ୍ଧ୍ୱରେ ଦେଶ ସେବା କରିବାକୁ ସାଂସଦଙ୍କୁ ଦେଲେ ଆହ୍ୱାନ
୨- ଖୋଲିବ ନିର୍ମଳାଙ୍କ ବଜେଟ୍ ପେଡ଼ି…. ଅଧିବେଶନରେ ୬ଟି ବିଲ୍ ପାରିତ କରିବାକୁ ସରକାରଙ୍କ ଟାର୍ଗେଟ୍….ରେକର୍ଡ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲଗାତାର ସପ୍ତମ ଥର ପାଇଁ ସଂସଦରେ ବଜେଟ୍ ଉପସ୍ଥାପନା କରି ରେକର୍ଡ କରିବେ ନିର୍ମଳା
୩- ସଂସଦରେ ପେପର୍ ଲିକ୍ ଘଟଣାରେ ବିରୋଧୀଙ୍କ ପ୍ରଶ୍ନରେ ମୁହଁତୋଡ଼ ଜବାବ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ଓ ରାହୁଲଙ୍କ ବୟାନ୍ ଦୁର୍ଭାଗ୍ୟଜନକ । ମୁଁ କଠୋର ଭାବେ ଏହାକୁ ନିନ୍ଦା କରୁଛି
୪- ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ୨ ବର୍ଷ ଭିତରେ ପୂରଣ ହେବ ୬୫ ହଜାର ସରକାରୀ ପଦବୀ ........ଏନେଇ ଆଜି ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରୁ ଅଭିଭାଷଣରେ ସୂଚନା ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ
୫- ଆସନ୍ତାକାଲି ସକାଳ ୧୦ଟା ଯାଏ ଗୃହ ମୁଲତବୀ, ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ.....ଆସନ୍ତାକାଲି ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହେବାସହ ୨୪ରେ ନିର୍ବାଚନ ହେବ। ସେପଟେ ୨୫ରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି
୬- ୧କୋଟି୫ଲକ୍ଷ ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକଙ୍କ ଘରେ ପଶିଲା ଭିଜିଲାନ୍ସ.....ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଜାରି ରହିଛି ରେଡ
📱 Get Argus News App
✨୭- ଜମ୍ମୁ ଓ କଶ୍ମୀରରେ ପୁଣି ଥରେ ସେନା କ୍ୟାମ୍ପକୁ ଟାର୍ଗେଟ କଲେ ଆତଙ୍କବାଦୀ......ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଫେଲ୍ ମାରିଲା ଆତଙ୍କୀ ହମଲା ବଞ୍ଚିଗଲା ବହୁଜୀବନ
୮- ମହିଳା ଏସିଆ କପ୍ ୨୦୨୪: ଇତିହାସ ରଚିଲେ ରିଚା: ୟୁଏଇକୁ ୭୮ ରନ୍ରେ ହରାଇଲା ଭାରତ
୯- ୮ ବର୍ଷ ପରେ ବଲିଉଡ୍କୁ ଫେରିଲେ ଫୱାଦ ଖାନ.....କିନ୍ତୁ ଭାରତରେ ହେବ ନାହିଁ ଫିଲ୍ମ ଶୁଟିଂ
୧୦ - ଆଗାମୀ ୪ ଦିନ ପ୍ରବଳ ବର୍ଷା, ୨୬ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି.......୨୭ ତାରିଖ ଯାଏ ରାଜ୍ୟରେ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର