Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା  

Odisha

ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା  

Manini Pattanayak
Browse all articles by Manini Pattanayak
·2 years ago·1 min read
ଭିଣୋଇଙ୍କୁ ହତ୍ୟା କରି ବନ୍ଧା ହେଲା ଶଳା  

ବଲାଙ୍ଗୀର: ଭିଣୋଇକୁ ହତ୍ୟା ଘଟଣାରେ ଶଳାକୁ ବାନ୍ଧିଲା ପୋଲିସ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଝୁପୁଡ଼ିପଡ଼ାରେ ଘଟିଥିଲା ଏଭଳି ଘଟଣା।  ସୂଚନାମୂତାବକ, ୧୨ତାରିଖରେ ସକାଳ ୫ଟା ସମୟରେ ରକ୍ତ ଯୁଡ଼ିବୁଡୁ ଅବସ୍ଥାରେ ଜଗନ୍ନାଥ ଗହିରଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ସେ ଜଣେ ଡ୍ରାଇଭର ହୋଇଥିବା ବେଳେ ଭବାନିପାଟଣା ରୁ ବେଲପଡା କୁ ଭଡା ଆସିଥିଲେ। ଝୁପୁଡ଼ିପଡ଼ା ଠାରେ ତାଙ୍କ ମାମୁ ଶଶୁର ଘର ରହି ଥିଲେ।  ସକାଳେ ଜଗନ୍ନାଥଙ୍କ ଶରୀର ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। 

ସମ୍ପର୍କୀୟ ଦେଖିବା ପରେ ସେଠାରୁ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନା କୁ ନେଇଥିଲେ।   ସେଠାରେ ଜଗନ୍ନାଥ ଙ୍କ ଡାକ୍ତର ମୃତ ଘୋଷଣା କରିଥଲେ। ମୃତ ଜଗନ୍ନାଥଙ୍କ ମୁଣ୍ଡ ଓ ଶରୀର ଗଭୀର ଆଘାତ ଲାଗିଥିଲା।  କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିଲା।  

ମୃତ ଜଗନ୍ନାଥ ଙ୍କ ଭିଣୋଇ ହତ୍ୟା କରିଥିବା ନେଇ  ମକର ଧ୍ବଜ ବଗର୍ତ୍ତୀ  କଣ୍ଟାବାଞ୍ଜି ଥାନା ରେ ଲିଖିତ ଅଭିଯୋଗ କରିଥିଲେ।  ପରେ  ପୋଲିସ କେସ ନଂ ୯୬|୨୪ ରେ ମାମଳା ରୁଜୁ କରି ଜଗନ୍ନାଥ ଙ୍କ ମାମୁ ଶଶୁର ଘର ୨ଜଣ ସମ୍ପର୍କୀୟ ଙ୍କୁ ଉଠାଇ ଆଣି ଅଧିକ ପଚରାଉଚା କରିଥିଲା।  ସମ୍ପକୀୟ ଶଳା ଆକାଶ ବାଗ କୁ କଣ୍ଟାବାଞ୍ଜି ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠେଇ ଦିଆଯାଇଛି।  
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body of Jagannath Gahir was recovered in a pool of blood | Argus News