ଷ୍ଟାଫ କ୍ବାର୍ଟର୍ସରୁ ମିଳିଲା ଆସିଷ୍ଟାଣ୍ଟ ସେଫଙ୍କ ମୃତଦେହ
·2 years ago·1 min read

ଅର୍ଗସ ବ୍ୟୁରୋ: ବଡ଼ବିଲ ସ୍ଥିତ ଲକି ଇଣ୍ଡିଆ ହୋଟେଲ ଷ୍ଟାଫ୍ କ୍ୱାର୍ଟର୍ସରୁ ଆଜି ଜଣେ ଆସିଷ୍ଟାଣ୍ଟ ସେଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲା ବରି ଅରଙ୍ଗାବାଦ ଅଞ୍ଚଳର ପବିତ୍ର କିଶୋର ଦାସ । ମୃତ୍ୟୁ ଖବର ଶୁଣି ଆଜି ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ଷ୍ଟାଫ୍ ରୁମର ସିଲିଂ ଫ୍ୟାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।
ପରିବାର ଲୋକଙ୍କ କହିବା କଥା ପବିତ୍ର ଗତ ୨୮ ତାରିଖରେ ଲକି ଇଣ୍ଡିଆ ହୋଟେଲରେ ସେଫ୍ ଭାବେ ଯୋଗ ଦେଇଥିଲେ । ତେବେ ସେ ଆତ୍ମହତ୍ୟା କରି ନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇ ଥିବା ନେଇ ସନ୍ଦେହ ପ୍ରକଟ କରିବା ସହ ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ମୃତ ଦେହକୁ ଜବତ୍ ଜରି ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ଘଟଣାର ଛାନଭିନ୍ ଆରମ୍ଭ କରିଛି ପୋଲିସ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: