Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମେଣ୍ଢା ଦାନ ନଦେବାରୁ ୩ ଦିନ ପଡ଼ିରହିଲା ମାଆର ଶବ

Banajyotshna Ray
Browse all articles by Banajyotshna Ray
·2 years ago
ମେଣ୍ଢା ଦାନ ନଦେବାରୁ ୩ ଦିନ ପଡ଼ିରହିଲା ମାଆର ଶବ

ଅର୍ଗସ ବ୍ୟୁରୋ: ମେଣ୍ଢା ପାଇଁ ପଡିରହିଲା ମୃତଦେହ । ମେଣ୍ଢା ଦାନ ନ ଦେବାରୁ ୩ ଦିନ ପଡ଼ିରହିଲା ମାଆର ଶବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଶମାଖୁଣ୍ଟା ବ୍ଲକ୍ ଜୟବିଲା ଗ୍ରାମରେ। ଡାକ୍ତର ସିଂଙ୍କ ସମବରୀ ସିଂ ଙ୍କର ହଠାତ୍ ମୃତ୍ୟୁ ଘଟିଥିଲା । ପୂର୍ବରୁ କୌଣସି ଘଟଣା ପାଇଁ ଗ୍ରାମବାସୀଙ୍କୁ ମେଣ୍ଢା ଜୋରିମାନା ଦେବା କଥା କହିଥିଲେ । କିନ୍ତୁ ପଂଚାୟତକୁ ମେଣ୍ଢା ନଦେବାରୁ ଶବ ସତ୍କାର ପାଇଁ ତାଙ୍କ ପିଣ୍ଡା ମାଡି ନଥିଲେ ଗ୍ରାମବାସୀ ।

ଅର୍ଥାଭାବ ସରସପାରିବାରିକ ଅଭାବ ସତ୍ବେ ଶେଷରେ ଗ୍ରାମବାସୀଙ୍କୁ ମେଣ୍ଢା ଦାନ ଦେବାକୁ ରାଜି ହେବା ପରେ ଆଜି ୩ ଦିନରେ ଶବ ସତ୍କାର ପାଇଁ ରାଜି ହୋଇଛନ୍ତି ଗ୍ରାମବାସୀ। ଘଟଣା କୁ ୩ ଦିନ ହୋଇଯାଇଥିଲେ ମଧ୍ୟ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇନାହିଁ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body of the mother lay there for 3 days due to non-donation of the sheep | Argus News