Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରେଲଓ୍ବେ ଲାଇନ କଡ଼ରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ

Ritu Das
Browse all articles by Ritu Das
·2 years ago·1 min read
ରେଲଓ୍ବେ ଲାଇନ କଡ଼ରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଳ ଫାଣ୍ଡି ସ୍ଥିତ ଗୋଏଲଭାଡ଼ି ଛକ ନିକଟରେ ଥିବା ଜଙ୍ଗଲର ଟ୍ରେନ ଲାଇନରେ କଟି ଜଣେ ପୋଲିସ କର୍ମଚାରୀଙ୍କ ମୃତଦେହ ରେଲଓ୍ବେ ଲାଇନ ନିକଟରୁ ଉଦ୍ଧାର କରିଛି ଜିଆରପି ପୋଲିସ। ମୃତକ ହେଲେ ସଇଁତଲା ଥାନା ଅନ୍ତର୍ଗତ କୁମ୍ଭକେଲା ଗ୍ରାମର ରୁପାଧର ବଗର୍ତ୍ତି ବୋଲି ଜଣାପଡିଛି l ଯବାନ ଜଣକ ଅନୁଗୁଳ ଜିଲ୍ଲା ପାରାଦୀପ ଠାରେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ହେଲା ଘରକୁ ଛୁଟିରେ ଆସିଥିଲେ l ଗତ କାଲି କେତେକ ଯୁବକଙ୍କ ସହ ମିଶି ଭୋଜି କରି ଘରକୁ ଆସିଥିଲେ ବୋଲି ଚର୍ଚ୍ଚା ହେଉଛି l

ହେଲେ ଆଜି ଭୋର 4 ଟାରୁ ସେ ଘରେ କାହାକୁ କିଛି ନ କହି ଏକ ପଲସର ବାଇକ ଧରି ଚାଲି ଆସିଥିଲେ l ଆଜି ସକାଳୁ ଟିଟିଲାଗଡ଼କୁ ସଂଯୋଗ କରୁଥିବା  ଗୋଏଲଭାଡ଼ି ଛକ ନିକଟସ୍ଥ ଜଙ୍ଗଲ ମଧ୍ୟରେ ରେଳ ଧାରଣାରେ ତାଙ୍କ ଶରୀର ଦୁଇ ଫାଳ ହୋଇଯାଇଥିଲା। ମୃତଦେହ ଦେଖି ଟିଟିଲାଗଡ଼ ଆରପିଏଫ ଥାନାକୁ ଖବର ଦେଇଥିଲେ। ମୃତକଙ୍କ ବଡ଼ଭାଇ ରାଜକୁମାର ବଗର୍ତ୍ତି ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦୁଇ ରେଳ ଧାରଣା ମଝିରେ ମୃଦଦେହ ପଡ଼ି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ଟ୍ରେନ ଯାଉଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଆତ୍ମହତ୍ୟା ନାଁ ହତ୍ୟା କାରଣ ଅସ୍ପଷ୍ଟ ରହିଛି l ପ୍ରେମ ପାଇଁ ପୋଲିସ କର୍ମଚାରୀ ଜଣକ ଆତ୍ମହତ୍ୟା କଲେ ନାଁ ହତ୍ୟା କରାଗଲା ତାହା ମଧ୍ୟ ଜଣାପଡିନାହିଁ। ଅନ୍ୟପଟେ ରେଲଓ୍ବେ ଲାଇନ ନିକଟରେ ମୋବାଇଲ ପଡି ରହି ଥିବା ବେଳେ ମୃତ୍ୟୁର କାରଣ କଣ ତାହା ମୋବାଇଲ ହିଁ ରହସ୍ୟ ଖୋଲିବ ବୋଲି ଆଲୋଚନା ହୋଇଛି। ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body of the | Argus News