Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବନ୍ଦ କୋଠରୀରୁ ମିଳିଲା ଯୁବତୀଙ୍କ ମୃତଦେହ

Odisha

ବନ୍ଦ କୋଠରୀରୁ ମିଳିଲା ଯୁବତୀଙ୍କ ମୃତଦେହ

Ritu Das
Browse all articles by Ritu Das
·2 years ago·1 min read
ବନ୍ଦ କୋଠରୀରୁ ମିଳିଲା ଯୁବତୀଙ୍କ ମୃତଦେହ

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଲୋକନାଥପୁର  ଶାସନ ଗାଁରେ ବନ୍ଦ କୋଠରୀ ଭିତରୁ ଯୁବତୀଙ୍କ ସନ୍ଦେହ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତ ଯୁବତୀ ହେଲେ ଗାଁର ଲକ୍ଷ୍ମୀପ୍ରିୟା ଖୁଣ୍ଟିଆ। ଲକ୍ଷ୍ମୀପ୍ରିୟା ଗତ କାଲି ରାତିରେ ମାନସିକ ଅନଗ୍ରସର ଭଉଣୀ ନମିତାଙ୍କ ସହିତ ଶୋଇଥିବା ବେଳେ ଘଟିଛି ଅଘଟଣ। 

ମାଆ ମଞ୍ଜୁଲତା ଖୁଣ୍ଟିଆ ଏକ ବିବାହ କାର୍ଯ୍ୟରେ ବଣସିଂହ ଗାଁକୁ ଯାଇଥିଲେ। ମାନସିକ ଭଉଣୀ ସହିତ ରହିଥିଲେ ଲକ୍ଷ୍ମୀପ୍ରିୟା। ଲକ୍ଷ୍ମୀପ୍ରିୟାଙ୍କ ବେକରେ କଟା ଦାଗ ରହିଥିବା ଜଣାପଡିଛି। ତାଙ୍କୁ ହତ୍ୟା ପରେ କେହି ଦୁର୍ବୁତ୍ତ ଛାତ ଉପର କବାଟ ଖୋଲି ଫେରାର ହୋଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ବର୍ଷେ ତଳେ ବାପା ଶିବ ପ୍ରସାଦ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇ ସାରିଛି। ମାଆ ମଞ୍ଜୁଲତା ପରଘରେ ଖଟି ଛୁଆଙ୍କୁ ପୋଷି ଆସୁଥିଲେ। ତେବେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ସମ୍ପର୍କୀୟ ଏବଂ ପଡୋଶୀ। ଯାହାକୁ ନେଇ ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The dead body | Argus News