Videos
|
Odisha

ଦାଦନ ଯାଇ୧୪ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଦେହ

Rashmita Mishra
Browse all articles by Rashmita Mishra
·2 years ago·2 min read
ଦାଦନ ଯାଇ୧୪ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଦେହ

ଅର୍ଗସ ବ୍ୟୁରୋ: ଓଡିଶାରେ ଯେତେ ବିକାଶ ହେଲେ କିନ୍ତୁ ଦାଦନର ଦୁଖଃ କମୁନାହିଁ । ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ ପାଇଁ ନିଜର ଭିଟାମାଟି ଓ ନିଜ ଲୋକଙ୍କୁ ଛାଡି କାମ କରିବାକୁ ଲୋକ ମାନେ ଯାଆନ୍ତି ବାହାର ରାଜ୍ୟକୁ । ବେଳେବେଳେ ସେମାନେ ଅନେକ ସମାସ୍ୟା ସମ୍ମୁଖୀନ ହୁଅନ୍ତି ତ ପୁଣି କେତେବେଳେ ସେମାନଙ୍କ ମୃତ ଶରୀର ଫେରେ ଗାଁକୁ। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମର କାର୍ତିକ ପ୍ରଧାନଙ୍କ ଏକ ମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ମୃତ୍ୟୁ ଖବର ଆସି ପହଞ୍ଚିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। 

ପରିବାର ଉପରେ ଥିବା ୯ ଲକ୍ଷ  ଟଙ୍କାର ଋଣ ବୋଝରୁ ମୁକୁଳିବା ପାଇଁ ବାପା କାର୍ତିକ ପ୍ରଧାନ ଦାଦନ ଖଟିବା ପାଇଁ ବେହେରିନ ଯାଇଥିବା ବେଳେ ଏକ ମାତ୍ର ରୋଜଗାରିଆ ପୁଅ ଶବ ହୋଇ ଭିଟା ମାଟିକୁ ଫେରିଛି । ତାର ମୃତ ଦେହକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଅର୍ଗସରେ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା। ଦୀର୍ଘ ୧୪ ଦିନ ପରେ ଗାଁରେ ପହଞ୍ଚିଲା ମୃତ ଶରୀର । ତାଙ୍କ ଶରୀରର କୌଣସି ସ୍ଥାନରେ କଟା ଦାଗଟିଏ ନଥିବାରୁ ଗାଁ ଓ ପରିବାର ଲୋକେ ଅଭିଯୋଗ କରିଥିଲେ ସାଗରକୁ ସେଠାରେ ମାରି ଦିଆଯାଇଛି । ସେଠାରେ ମୃତ୍ୟୁ ବରଣ କରିଥିବା ସାଗର ପ୍ରଧାନ ମରଶରୀର କେମିତି ଭାରତ ଆସିବ ସେନେଇ ସାହାର୍ଯ୍ୟ କରିଥିଲେ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜ କରିଥିଲେ ।  

ଖଲ୍ଲିକୋଟରେ ନିଜକୁ ପୋଷିବା ପାଇଁ ଦାଦନ ଗଡ଼ରେ ପରିଣତ ହେଲାଣି । ଗତ ପାଞ୍ଚ ବର୍ଷରେ ଖଲ୍ଲିକୋଟ ବ୍ଲକରେ ରୋଜଗାର ପାଇଁ ଦାଦନ ଖଟି ୫୦ ରୁ ଉର୍ଦ୍ଧ୍ବ ଶବ ହୋଇ ଭିଟାମାଟିକୁ ଫେରିଥିବା ବେଳେ ଏଥି ପ୍ରତି ସରକାର କିମ୍ବା ରାଜନେତା ମାନେ କୌଣସି ପଦକ୍ଷେପ ନେଉନାହାନ୍ତି । ତେବେ କେବେ ଏହି ଦୁଖଃ ଦୂର ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

The dead body reached the village after 14 days | Argus News