Videos
|
Odisha

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ୟମରେ ଗାଁରେ ପହଞ୍ଚିଲା  ମୃତଦେହ 

Manini Pattanayak
Browse all articles by Manini Pattanayak
·2 years ago·1 min read
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ୟମରେ ଗାଁରେ ପହଞ୍ଚିଲା  ମୃତଦେହ 

ବାଲେଶ୍ୱର:  ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ବାଲେଶ୍ବର ଖଇରା ଥାନା ସାହାପୁର ଗାଁର ମୁରଲୀଧର ମହାକୁଡଙ୍କ ମୃତ ଶରୀର ଗାଁରେ ପହଞ୍ଚିଛି । ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ଓଡ଼ିଆ ଶ୍ରମିକଙ୍କ ମୃତଦେହ ଗାଁକୁ ଆଣିବା ସହ ପରିବାର ଲୋକଙ୍କୁ ଫୋନ କରି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧିନ ସାହାପୁର ଗ୍ରାମର ମୁରଲୀଧର ମହାକୁଡ ଦୀର୍ଘବର୍ଷ ହେବ ମୁମ୍ବାଇରେ ଏକ ହୋଟେଲରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇଡିଥିଲା। ସେ ମୁମ୍ବାଇରେ ମେଡିକାଲରେ ଚିକିତ୍ସା ହେଉଥିବା ଅବସ୍ଥାରେ ଗତ ୧୪ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।

ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ମର ଶରୀରକୁ ସରକାରଙ୍କ ତରଫରୁ ଆଣି ତାଙ୍କ ଗ୍ରାମରେ ଶେଷକୃତ୍ୟ ସମ୍ପାଦନ ନିମନ୍ତେ ତାଙ୍କ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ହୋଇ ଏହି ଅସହାୟ ପରିବାରକୁ ସହଯୋଗ କରିବାକୁ ଓଡିଶା ପରିବାର ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ପ୍ରଦାନ କରିବା ସହିତ ଏ ବିଷୟରେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: