ଅବଧି ସରିଲାଣି ହେଲେ ସରୁନି କାମ

ଅର୍ଗସ ବ୍ୟୁରୋ: ଯୋଜନା ହେଲା ପ୍ରକଳ୍ପ ପାଇଁ ଟଙ୍କା ବି ଆସିଲା । କାମ ଆରମ୍ଭ କରିଲେ, ହେଲେ ମନମୁଖୀ ଭାବେ କାମ କରି ଚାଲିଲେ ଠିକାଦାର । ଏବେ ଅଧା ପନ୍ତରା ଅବସ୍ଥାରେ ପଡି ରହିଛି କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ବ୍ରିଜ୍ । ଅଧା ତିଆରି ପୋଲ ଉପରେ କାଠ ସିଡ଼ି ଚଢ଼ି ଯାତାୟାତ କରୁଛନ୍ତି ଅଞ୍ଚଳବାସୀ। ସାଇକେଲକୁ କାନ୍ଧରେ ବୋହି ଅଧପନ୍ତରିଆ ପୋଲ ଚଢ଼ି ବିପଦସଂକୁଳ ଅବସ୍ଥାରେ ଯାତାୟାତ ହେଉଛନ୍ତି ୩ ଖଣ୍ଡ ବ୍ଲକବାସୀ।
କଟାରୀପୁଟ ପୋଲ । କୋରାପୁଟ କୁନ୍ଦୁରା ବ୍ଲକ ଭୂଷାଙ୍ଗଗୁଡ଼ା ପଞ୍ଚାୟତ କଟାରୀପୁଟ ପୋଲ। ଦୀର୍ଘ ବର୍ଷ ହେବ ଅଧପନ୍ତରିଆ ଅବସ୍ଥାରେ ରହିଛି ପୋଲ। ୨୦୧୮,୧୯ ଆର୍ଥିକ ବର୍ଷରେ ଆରମ୍ଭ ହୋଇଛି କାମ ସରିବାର ନା ଧରୁନି l ୨୦୨୩ ପରଠୁ କାମ ପୁରା ଠାପ। ଏହି ରାସ୍ତା ଦେଇ ଗଲେ ରାସ୍ତା ୧୮ କିମି ପଡ଼ୁଥିବା ବେଳେ ବ୍ରିଜ ହୋଇ ନଧଥିବାରୁ କଙ୍ଗା କିମ୍ବା କୁନ୍ଦୁରା ଦେଇ ଯାତାୟତ କରୁଛନ୍ତି ଅଞ୍ଚଳବାସୀ l ଏଥିପାଇଁ ୪୫କି ମି ବୁଲିକି ଯିବାକୁ ପଡ଼ୁଛି I ଏପଟେ ନଦୀ ପାର ପାଇଁ ବିକଳ୍ପ ନଥିବାରୁ ରାସ୍ତା ଠାରୁ ପ୍ରାୟ ୧୦,୧୫ ଫୁଟ୍ ଉଚ୍ଚତାରେ ଥିବା ପୋଲ ଉପରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ଅଞ୍ଚଳବାସୀ।
ଏହି ପୋଲ ଦେଇ କୁନ୍ଦୁରା ବ୍ଲକର ରାଣୀଗୁଡ଼ା ଭୂଷାଙ୍ଗଗୁଡ଼ା ଓ ଡଙ୍ଗରପାଉଁଶି ପଞ୍ଚାୟତ ସମେତ କୋଟପାଡ଼ ଓ କୁନ୍ଦୁରା ଅଞ୍ଚଳର ଲୋକେ ଜୟପୁର ସଦରକୁ ଯାତାୟତ ପାଇଁ ସମ୍ପୂର୍ଣ ନିର୍ଭର କରନ୍ତି l ପୋଲ କାମ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ବହୁ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ଏନ୍ୟପଟେ ପୋଲ ନିକଟରେ ଚାଷ ଜମି ରହିଥିବା ବେଳେ । ପୋଲ କାମ ଶେଷ ନ ହେବାରୁ ଚାଷୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରକଳ୍ପ ପାଖରେ ନା ଲାଗିଛି ଫଳକ । ନା ଲୋକ ଜାଣିଛନ୍ତି କିଏ କାମ କରୁଛି। ଏ ନେଇ ଅଞ୍ଚଳବାସୀ ବହୁବାର ଲିଖିତ ଅଭିଯୋଗ କରିଆସୁଥିଲେ ଶୁଦ୍ଧା ସମସ୍ୟାର ସମାଧାନ ହେଉନି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: