Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନ୍ଦିର ଭୋଗ ଖାଇ ଓଡ଼ିଆ ଯବାନଙ୍କ ମୃତ୍ୟୁ

Manini Pattanayak
Browse all articles by Manini Pattanayak
·1 year ago
ମନ୍ଦିର ଭୋଗ ଖାଇ ଓଡ଼ିଆ ଯବାନଙ୍କ ମୃତ୍ୟୁ

 ଢେଙ୍କାନଳ :  ଉତ୍ତରପ୍ରଦେଶ ବରୈଲିରେ ସହୀଦ ହେଲେ ଓଡ଼ିଆ ବୀର ଯବାନ ସନ୍ତୋଷ କୁମାର ବେହେରା। ମନ୍ଦିର ଭୋଗ ଖାଇ ମୃତ୍ୟୁ ହୋଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ତେବେ ଗତ ଶନିବାର ଦିନ ବରୈଲିରେ ଏକ ମନ୍ଦିରରେ ଯବାନ ମାନେ ଭୋଗ ଖାଇବା ପରେ ସେମାନଙ୍କ ମଧ୍ୟରୁ ୨୨ ଜଣ ଯବାନ ଅସୁସ୍ଥ ହୋଇଥିଲେ। ଚିକିତ୍ସିତ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ହୋଇଛି ।

ସନ୍ତୋଷଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ଗାଁରେ। ସନ୍ତୋଷ ୨୦୦୬ ମସିହାରେ ସେନାରେ ଯୋଗ ଦେଇଥିଲେ। ବାପା ହାଡିବନ୍ଧୁ ବେହେରା ଓ ମାଆ ପିତା ବେହେରାଙ୍କର ବଡ଼ ପୁଅ ହେଉଛନ୍ତି ସନ୍ତୋଷ।  ତାଙ୍କ ମୃତ୍ୟୁରେ ଭାଙ୍ଗି ପଡିଛି ସମ୍ପୂର୍ଣ୍ଣ ପରିବାର।  
 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored