Videos
|
Odisha

କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି

Ritu Das
Browse all articles by Ritu Das
·2 years ago
କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି

ଅର୍ଗସ ବ୍ୟୁରୋ: କେରଳ ୱାୟନାଡ୍ ଭୂସ୍ଖଳନ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି। ଯାହାକୁ ନେଇ ସାରା ଦେଶରେ ଶୋକାକୁଳ ପରିବେଶ ଖେଳିଯାଇଥିବା ବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଉପଲକ୍ଷେ ବାଲୁକା କଳାରେ ମୃତକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। 

ଏହାଛଡା ଭୂସ୍ଖଳନର ଛାତିଥରା ଦୃଶ୍ୟକୁ ସୁଦର୍ଶନ ବାଲୁକାକଳାରେ ଦର୍ଶାଇବା ସହ PRAY FOR WAYANADର ବାର୍ତ୍ତା ଦେଇଛନ୍ତି । ସେପଟେ ଏଭଳି ଦୁଖଃ ସମୟରେ ସମସ୍ତଙ୍କୁ ସାହାଯ୍ୟର ହାତ ବଢାଇବାକୁ ସୁଦର୍ଶନ ନିବେଦନ କରିଥିବା ବେଳେ ଉଦ୍ଧାରକାରୀ ଦଳଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The death toll continues | Argus News