Videos
|
Odisha

ବିଜେଡି ପ୍ରଶ୍ନର କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

Ritu Das
Browse all articles by Ritu Das
·2 years ago·2 min read
ବିଜେଡି ପ୍ରଶ୍ନର କଡା ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ନିର୍ବାଚନ ପୂର୍ବରୁ କଥା ଦେଇଥିଲେ। ସରକାର ଆସିବାର ପ୍ରଥମ କ୍ୟାବିନେଟରେ କଲେ ଘୋଷଣା। କାର୍ଯ୍ୟକାରି କରିବେ ସୁଭଦ୍ରା। ଏବେ ଅଢେଇ ମାସେ ପରେ ଆସିଛି ଗାଇଡ ଲାଇନ ଓ   ଆବେଦନ ପାଇଁ ଫର୍ମାଟ ଫର୍ମ। ଏହି ଫର୍ମରେ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ମହିଳା। ତେବେ ସବୁ ମହିଳାଙ୍କୁ ଯୋଜନାରେ ସାମିଲ ନ କରିବା ନେଇ ବିଜେଡି ପ୍ରଶ୍ନର ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ  ଦୁଇ କୋଟି 25 ଲକ୍ଷ ମହିଳା ଅଛନ୍ତି। 

21ରୁ 60 ବୟସର ମହିଳାଙ୍କ ସଂଖ୍ୟା ପ୍ରାୟ 1 କୋଟିରୁ ଅଧିକ। ସ୍ବଚ୍ଛଳ ବର୍ଗର ମହିଳାକୁ ବାଦ ସରକାର 1 କୋଟି 8 ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବେ ସରକାର..୭୪ ହଜାର ଅଙ୍ଗନବାଡ଼ି କେନ୍ଦ୍ରରୁ ଏହି ଫର୍ମ ମଧ୍ୟ ନେଇପାରିବେ। ସୁଭଦ୍ରା ଯୋଜନା ପାଇଁ କିଏ  ଯୋଗ୍ୟ ଆଉ କେଉଁ ମାନେ ଯୋଗ୍ୟ ଅଯୋଗ୍ୟ ତାର ସବିଶେଷ ତଥ୍ୟ ଗାଇଡଲାଇନରେ ଜାରି କରାଯାଇଛି। ରାଜ୍ୟ ତମାମ ସୁଭଦ୍ରାକୁ ସ୍ବାଗତ କରିଛନ୍ତି ମହିଳା।

ନିର୍ବାଚନ ପୂର୍ବରୁ ଗୋଟିଏ ବର୍ଷ ଭିତରେ 140 ଯୋଜନା ଆଣିଥିଲା ବିଜେଡି ସରକାର। ଏମିତିକି ବିନା ବଜେଟରେ ବି ଯୋଜନା ପ୍ରସ୍ତୁତ ହୋଇଥିଲା। 1000 ଟଙ୍କାରେ ଯୋଜନା ବନିଥିଲା।  ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ଲିଖିତ ଉତ୍ତରରେ ଏହାର ପୋଲ ଖୋଲିଛି। ଏ ପୁରା 140 ଯୋଜନାର ତାଲିକା। ବହୁ ଚର୍ଚ୍ଚିତ ଆମ ଓଡିଶା ନବୀନ ଓଡିଶା ରେ କୌଣସି ବ୍ୟୟ ବରାଦ ନ କରି ଆରମ୍ଭ କରାଯାଇଥିଲା ବୋଲି କହୁଛି ମୁଖ୍ୟମନ୍ତ୍ରୀଙ୍କ ଉତ୍ତର। ଏଥିରୁ ଅନେକ ଯୋଜନା କେବଳ ଘୋଷଣାରେ ରହିଯାଇଛି। 

ଯେମିତିକି ଶକ୍ତି ସଦନ, ଶକ୍ତି ନିବାସ, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ହବ, , ନାରୀ ଅଦାଲତ ଭଳି ଯୋଜନା କେବଳ ଘୋଷଣାରେ ସୀମିତ ରହିଥିଲା।  ୨୦୧୯ ନିର୍ବାଚନ ପୂର୍ବରୁ  ଆମ ଗାଁ ଆମ ବିକାଶ, କାଳିଆ,  ବିଜୁ ଯୁବ ବାହିନୀ ଭଳି ଅନେକ ଯୋଜନା ଆଣିଥିଲେ  ନବୀନ ସରକାର, ହେଲେ ନିର୍ବାଚନ ପରେ  ବିଜୁ ଯୁବ ବାହିନୀ ଓ ଆମ ଗାଁ ଆମ ବିକାଶ ବନ୍ଦ ହୋଇଯାଇଥିବା ବେଳେ  କାଳିଆ ଟଙ୍କା କୁ ୧୦ ହଜାର ଟଙ୍କା ରୁ ୪ ହଜାର ଟଙ୍କାକୁ କମାଇ ଦେଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

The Deputy | Argus News