Videos
|
Odisha

ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ସମ୍ପଦ ବିଭାଗ ଡେପୁଟି ଡାଇରେକ୍ଟର

Ritu Das
Browse all articles by Ritu Das
·2 years ago
ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ସମ୍ପଦ ବିଭାଗ ଡେପୁଟି ଡାଇରେକ୍ଟର

ଅର୍ଗସ ବ୍ୟୁରୋ: ସରକାରୀ ଟଙ୍କା ହଡପ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଲେ ମତ୍ସ୍ୟ ସମ୍ପଦ ବିଭାଗ ଡେପୁଟି ଡ଼ାଇରେକ୍ଟର । ସରକାରୀ ଅର୍ଥ ଆତ୍ମସାତ ମାମଲାରେ କଟକ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି। ପ୍ରାୟ ୧କୋଟି ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। 

ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ଭଡାଘର, ପୁରୀ ତୋଟା ମହାବୀର ଲେନ ସ୍ଥିତ ଘର, ପୁରୀ ଜିଲ୍ଲା ଗୋରୁଳା ନିକଟ ଫାର୍ମହାଉସ, ଭଦ୍ରକ ଗୋବିନ୍ଦପୁର ସ୍ଥିତ ପୈତୃକ ଘର, କଟକସ୍ଥିତ ଅଫିସରେ ଜାରି ରହିଛି ଚଢ଼ାଉ। ସରକାରୀ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ନେଇ ଭିଜିଲାନ୍ସ ନିକଟରେ ପୂର୍ବରୁ ଥିଲା ଅଭିଯୋଗ । ଅଭିଯୋଗ ଆଧାରରେ ଚଢ଼ାଉ କରିଛି ଭିଜିଲାନ୍ସ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Deputy Director | Argus News