Videos
|
Odisha

 ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ 

Manini Pattanayak
Browse all articles by Manini Pattanayak
·2 years ago
 ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ନିର୍ବାଚନ 

ଭୁବନେଶ୍ୱର:  ଆଜି ଅନୁଷ୍ଠିତ ହେବ ଉପବାଚସ୍ପତି ପାଇଁ ନିର୍ବାଚନ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ । ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପଦ ପାଇଁ କାହାକୁ ପ୍ରାର୍ଥୀ କରିନାହିଁ । କେହି ପ୍ରତିଦ୍ବନ୍ଦୀ ନଥିବାରୁ ଭବାନୀ ଭୋଇ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି ।  ଭବାନୀ ଭୋଇ ତଳସରା ସଂରକ୍ଷିତ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦୁଇ ଦୁଇ ଥର ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

୨୦୧୯ରେ ଭବାନୀ ବିଜେଡି ବିଧାୟକ ପ୍ରାର୍ଥୀ ଷ୍ଟିଫେନ ୱିଲସନ ସୋରେଙ୍ଗଙ୍କୁ ପ୍ରାୟ ୧୫ ହଜାର ଭୋଟରେ ପରାସ୍ତ କରିଥିବା ବେଳେ ୨୦୨୪ରେ ମଧ୍ୟ ବିଜେଡି ପ୍ରାର୍ଥୀ ବିନୟ କୁମାର ଟପ୍ପୋଙ୍କୁ ପ୍ରାୟ ୧୭ ହଜାର ଭୋଟରେ ପରାଜିତ କରି ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Deputy Speaker election will be held today | Argus News