Videos
|
Odisha

ବ୍ରିଜ ନିର୍ମାଣରେ ମନମାନି କରୁଛି ଠିକା ସଂସ୍ଥା

Manini Pattanayak
Browse all articles by Manini Pattanayak
·2 years ago·1 min read
ବ୍ରିଜ ନିର୍ମାଣରେ ମନମାନି କରୁଛି ଠିକା ସଂସ୍ଥା

ବାଲେଶ୍ବର: ବାଲେଶ୍ବର ପୂର୍ତ୍ତ ବିଭାଗରେ ମହାଦୁର୍ନୀତି । କଣ୍ଟ୍ରାକ୍ଟର୍ ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ହରିଲୁଟ୍। 3 ବର୍ଷ ପରେ ବି ସରୁନି ବାଲେଶ୍ବର ନୁଣିଆଯୋଡି ପୋଲ କାମ। ବ୍ରିଜ ନିର୍ମାଣରେ ମନମାନି କରୁଛି ଠିକା ସଂସ୍ଥା।  ସରକାରୀ ଅନୁମତି ବିନା ବଦଳାଯାଉଛି ପୋଲର ଡିଜାଇନ।  ବିଶ୍ବ ବ୍ୟାଙ୍କ ଋଣ ଟଙ୍କାରେ ନିର୍ମାଣ କରାଯାଉଥିବା ବାଲେଶ୍ବର ନୁଣିଆଯୋଡି ପୋଲ କାମରେ ଦୁର୍ନୀତି। ବ୍ରିଜ ତିଆରି ପାଇଁ ପାଖାପାଖି 43 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ପୋଲ କାମ ଯାଜପୁରର ଏକ ଘରୋଇ କମ୍ପାନୀ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛନ୍ତି। ମାତ୍ର ସରକାରୀ ଅନୁମତି ବିନା ପୋଲର ଡିଜାଇନ ବଦଳାଇଛି ଠିକା ସଂସ୍ଥା। ଷ୍ଟିଲ ଗୀର୍ଡର ବଦଳରେ ପିଏସସି ବା କଂକ୍ରିଟ୍ ଗୀର୍ଡର କାମ କରାଯାଇଛି। ଯେଉଁଥି ପାଇଁ ୨ମାସ କାମ ମଧ୍ୟ ବନ୍ଦ କରିଥିବା ନିଜେ ମାନିଛନ୍ତି ବାଲେଶ୍ବର ପୂର୍ତ୍ତ ବିଭାଗର ଏକ୍ଜିକ୍ୟୁଟିଭ ଇଞ୍ଜିନିୟର।  

ବ୍ରିଜ୍ କାମରେ ବ୍ୟବହାର ହେଉଥିବା ସାମଗ୍ରୀର ବ୍ୟାଚ୍ ରିପୋର୍ଟ୍ ଓ ଏପ୍ରୋଭାଲ ରିପୋର୍ଟ SDOଙ୍କୁ ପଚାରିଲେ କୌଣସି ଉତ୍ତର ଦେଉନାହାଁନ୍ତି।  ଉନ୍ନତ ମାନର ଲୁଡା ଛଡ ବଦଳରେ ନିମ୍ନ ମାନର ଲୁଡା ରଡ ମଧ୍ୟ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅଧିକାରୀଙ୍କ ମିଲିଭଗତରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସରପଞ୍ଚ।  ବିଭାଗ ତରଫରୁ ନା କମ୍ପାନୀକୁ ମେଟେରିଆଲ ଆପ୍ରୁଭ ରିପୋର୍ଟ ମିଳିଛି। ନା ସୋର୍ଶ ଆପ୍ରୋଭାଲ, ନା ମେଟେରିଆଲ ଟେଷ୍ଟିଙ୍ଗ ରିପୋର୍ଟ, ନା ସରକାରୀ ଲାବ୍ ରୁ ଡିଜାଇନ୍ ମିକ୍ସ ରିପୋର୍ଟ ମିଳିଛି। ବିନା କୌଣସି ଆପ୍ରୋଭାଲରେ କମ୍ପାନୀ ସମସ୍ତ କାମ ବେଆଇନ ଭାବେ କରିଛାଲିଛି। ଏତେ ପରେ ବି କାହିଁକି ସମ୍ପୃକ୍ତ କମ୍ପାନୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଗଲା ନାହିଁ? କମ୍ପାନୀ ପାଇଁ ପୁର୍ତ୍ତ ବିଭାଗର କାହିଁକି ଏତେ ଦରଦ? 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The design of the pole is being changed without official permission. | Argus News