Videos
|
Odisha

ପିସି କାରବାର ନେଇ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଠିକାଦାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପିସି କାରବାର ନେଇ ପୁଣି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଠିକାଦାର

ଅର୍ଗସ ବ୍ୟୁରୋ: ପିସି କାରବାର ନେଇ ପୁଣି ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଠିକାଦାର ।  ଗୋଟିଏ ପଟେ ସରକାର ପିସି କାରବାର ବନ୍ଦ ଦୁର୍ନିତି କୁ ରୋକ୍ ଲଗାଉଥିବା କଥା କହୁଥିବା ବେଳେ କୋରାପୁଟ ଲକ୍ଷ୍ମୀପୁର ବ୍ଲକରେ ଚାଳିଛି ମାଳ ମାଳ ଦୁର୍ନିତି ।  ତେବେ ଏନେଇ ଅର୍ଗସରେ ପ୍ରଥମେ ଖବର ପ୍ରସାରଣ କରାଯାଇଥିଲା । ଅର୍ଗସ ହାତରେ ଲାଗିଥିଲା EXCLUSIVE ଅଡିଓ କ୍ଲିପ୍ । ଆଜି ସମ୍ପୁକ୍ତ ଠିକାଦାରଙ୍କ ପିସି କାରବାର ଅଭିଯୋଗ ନେଇ ଜିଲ୍ଲାପାଳ ପାଖକୁ ଦ୍ବାରସ୍ଥ ହୋଇଥିଲେ ଠିକାଦାର । ବର୍ତ୍ତମାନ ଏହି ଘଟଣାରେ ଜିଲ୍ଲାପାଳ କହିଛନ୍ତି ଆଗକୁ ଅଡିଓ କ୍ଲିପ୍ କୁ ନେଇ ତଦନ୍ତ କରାଯିବ ।

ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ  । ତେବେ  କ୍ଲିପରେ ବାର୍ତ୍ତାଳାପରୁ ଶୁଣିବାକୁ ମିଳିଥିଲା ପ୍ରତ୍ୟେକ ଠିକାଦାର ଠାରୁ ଏକ ଲକ୍ଷ ଟଙ୍କାର କାମକୁ ୧୫ ପ୍ରତିଶତ ପିସି ବା ୧୫ ହଜାର ଟଙ୍କା ନେଉଛନ୍ତି ଯନ୍ତ୍ରୀ ବାବୁ । ଆଉ ସରକାରୀ କର୍ମଚାରୀ ଦଳୀୟ ପାଣ୍ଠି ଆଦାୟ କରୁଛନ୍ତି ବୋଲି ଅଡିଓରୁ ସ୍ପଷ୍ଟ ହୋଇଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The developer is at the doorstep of the District Collector after taking the PC transaction | Argus News