Videos
|
Odisha

ଇଞ୍ଜିନିୟରଙ୍କ ବିରୋଧରେ ମୁହଁ ଖୋଲିଲେ ଠିକାଦାର

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଇଞ୍ଜିନିୟରଙ୍କ ବିରୋଧରେ ମୁହଁ ଖୋଲିଲେ ଠିକାଦାର

ଅର୍ଗସ ବ୍ୟୁରୋ : ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଟଣୀ ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କ ବିରୋଧରେ ମୁହଁ ଖୋଲିଛନ୍ତି ଠିକାଦାର। ସେପଟେ ଚଢ଼ାଉ ସମ୍ପର୍କରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି। ଠିକାଦାରଙ୍କ ଅଭିଯୋଗ ମୁତାବକ ମ୍ୟାଡାମ୍ ଲାଞ୍ଚ ନେବାରେ ଧୁରନ୍ଧର ଥିଲେ । ଶ୍ରାବଣ ମାସରେ ବି ଆଇଁଷ ଖାଇବାକୁ ଜିଦ୍ ଧରୁଥିଲେ । ବାଳକାଟି ମଟନ, ପାରାଦୀପ ଇଲିସି, ଦୟା ନଦୀରୁ ଛଟା ଚିଙ୍ଗୁଡ଼ି ସବୁକିଛି ଠିକାଦାରଙ୍କଠାରୁ ମାଗୁଥିଲେ । କଥା କଥାକେ ପିସି ମାଗୁଥିଲେ । ଅଭିଯୋଗ ମୁତାବକ କନ୍ତିଆ ପଞ୍ଚାୟତ କିରଣ କୁମାର ପ୍ରଧାନଙ୍କ ବିଲ୍ ପାସ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ନିବେଦିତା ।

ଅଧିକ ପଢନ୍ତୁ : ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଗିରଫ

କିନ୍ତୁ ୫୦ ହଜାର ଦେବା ପରେ ମଧ୍ୟ ବିଲ୍ ପାସ ନ କରି ବାକି ଟଙ୍କା ମାଗୁଥିଲେ । ଏଥିରେ ବିବ୍ରତ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ଠିକାଦାର । ଗତକାଲି ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ନିବେଦିତା । ଟଙ୍କା ନେଉଥିବା ବେଳେ ଖଣ୍ଡଗିରି ସ୍ଥିତ ଘରେ ମାଡ଼ି ବସିଥିଲା ଭିଜିଲାନ୍ସ । ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା । ତାଙ୍କର ଏକକାଳୀନ ୨ ଟି ସ୍ଥାନରେ ରେଡ୍ କରାଯାଉଛି। ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ କେସ ନମ୍ବର ୧୬/୨୦୨୪ରେ ମାମଲା ରୁଜୁ କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The developer opened his mouth against the engineer | Argus News