|
logo
Live

Argus News - ପୁଣି ପଦାର ପଡିଲା ରାଜ୍ୟ ସରକାରଙ୍କ ବିକାଶ ପ୍ରହସନ

Odisha

ପୁଣି ପଦାର ପଡିଲା ରାଜ୍ୟ ସରକାରଙ୍କ ବିକାଶ ପ୍ରହସନ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପୁଣି ପଦାର ପଡିଲା ରାଜ୍ୟ ସରକାରଙ୍କ ବିକାଶ ପ୍ରହସନ

ଅର୍ଗସ ବ୍ୟୁରୋ:  ସରକାରଙ୍କ ମାଳ ମାଳ ଯୋଜନା କାହା ସ୍ୱାର୍ଥରେ ? ବିକାଶର ବହୁ ଦୂରରେ ଓଡିଶା ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳ । ଏଠାରେ ବସୁଧା ଯୋଜନା ଫେଲ୍...ଆଜ୍ଞା ହଁ ଆପଣ ଠିକ ଶୁଣିଛନ୍ତି ଯୋଜନା କଣ ଏମାନଙ୍କୁ କିଛି ଜଣା ନାହିଁ l ଚାଉଳ  କେବଳ ସରକାର ଯୋଗେଇ ଦେଉଛନ୍ତି ସତ କିନ୍ତୁ ଏଠାରେ ପହଂଚି ପାରିଲା ନାହିଁ ସରକାରଙ୍କ ଅନେକ ଯୋଜନା l  ସମସ୍ତ ଗ୍ରାମକୁ ପକ୍କା ରାସ୍ତା ଯୋଗେଇ ଦିଆଯାଇଛି କହି ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି  କିନ୍ତୁ ଏହି ଗ୍ରାମକୁ ଯିବାକୁ ହେଲେ ମୋରମ ରାସ୍ତାଦେଇ ଯିବାକୁ ପଡିବ । ସମସ୍ତେ ପ୍ରଶ୍ନ କହୁଛନ୍ତି ଆମେ କି ପାପ କରିଥିଲୁ ଆମ ଗାଁର କାହାରିକୁ ହେଲେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଗଲା ନାହିଁ l ସ୍ତାନୀୟ ବ୍ଲକ ପ୍ରଶାସନର ବି ଏଠାରେ ଆଖି ପଡ଼ିନାହିଁ l 

ଏହି ଗ୍ରାମରେ ଏମିତି ଗୋଟିଏ ପରିବାର ଅଛନ୍ତି ଯାହାଙ୍କର ସାହା ଭରସା କିଏ ନାହାନ୍ତି ପରିବାର କହିଲେ ଦୁଇ ମାନସିକ ବିକଳାଙ୍ଗ ସ୍ୱାମୀ ସ୍ତ୍ରୀ l ନା ଏମାନେ ଭଲସେ ଦେଖି ପାରୁଛନ୍ତି ନା କୋଣସି କାମ କରିବା ପାଇଁ ସକ୍ଷମ l ଗୋଟିଏ ଛୋଟିଆ ଭଙ୍ଗା କୋଠରୀରେ ବିତୁଛି ଏହି ଦୁଇ ଦାମ୍ପତିଙ୍କ ଜୀବନ l ଏମାନେ ବିକଳାଙ୍ଗ ଭତା ପାଇବାରେ ବଞ୍ଚିତ ବଂଚିତ  ଏମାନଂକୁ ଆବାସ ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇ ନାହିଁ l

ଗ୍ରାମରେ ବୃଦ୍ଧା ଜଣେ ମାଣ୍ଡିଆ ପେଜ ସହ ଖଣ୍ଡିଏ ଭାତ ଓ ଅଳ୍ପ କିଛି ଭଜା ପତ୍ରରେ ତିଆରି ଦନା ଧରି ଖାଉ ଥାନ୍ତି ଭଲସେ ଲୋକଙ୍କୁ ଚିହ୍ନ ବି ପାରୁନାହାନ୍ତି l ଆଖିରେ ଲୁହ ଝରେଇ ପିଣ୍ଡାରେ ବସି ହାତ ଗୋଡ ଥରି ଥରି ପେଜ ପିଉ ଥାନ୍ତି l ଶୁଣନ୍ତୁ ମଉସା ଜଣକ କଣ କହୁଛନ୍ତି l ଏମିତି ଅଭିଶପ୍ତ ବିତାଉ ଗ୍ରାମରେ ଗ୍ରାମରେ ସରକାର ତଥା ବ୍ଲକ ପ୍ରଶାସନଙ୍କ ଦୃଷ୍ଟି କେବେ ପଡୁଛି ତାହା ସମୟ ହିଁ କହିବ l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ପୁଣି ପଦାର ପଡିଲା ରାଜ୍ୟ ସରକାରଙ୍କ ବିକାଶ ପ୍ରହସନ | Argus News