"୨୫ ବର୍ଷରେ ଓଡିଶାରେ ଯେଉଁ ବିକାଶ ହେବା କଥା ତାହା ହୋଇନାହିଁ"- ଓମ ବିର୍ଲା

ଅର୍ଗସ ବ୍ୟୁରୋ : ଓଡିଶାର ଲୋକ ୨୫ ବର୍ଷର ନବୀନ ସରକାରଙ୍କ ଦକ୍ଷତାକୁ ଦେଖିଛନ୍ତି । ପରିବର୍ତ୍ତନର ହାୱା ବୋହୁଛି, ନୂଆ କାର୍ଯ୍ୟଦକ୍ଷ ସରକାର ଉପରେ ଗୁରୁତ୍ୱ ଦେବେ ଭୋଟ। ଚାୟ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଏହି କଥା ସ୍ପଷ୍ଟ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା। ସେ କହିଛନ୍ତି, କାହା ମାଧ୍ୟମରେ ନବୀନ ସରକାର ଚାଲିଛି, ସେକଥା କହିବାର ଆବଶ୍ୟକତା ନାହିଁ। ତାହା ଭୋଟରେ ପ୍ରତିଫଳିତ ହେବ। କେନ୍ଦ୍ରରେ ମୋଦି ସରକାର ଓ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବ। ତେଣୁ ଭୋଟର ମାନେ ଏହି ତଥ୍ୟକୁ ଆଧାର କରି ଭୋଟଦେବାକୁ ଅନୁରୋଧ କରିଛନ୍ତି ଓମ ବିର୍ଲା। ୨୫ ବର୍ଷରେ ଓଡିଶାରେ ଯେଉଁ ବିକାଶ ହେବା କଥା ତାହା ହୋଇନାହିଁ।
ଅଧିକ ପଢନ୍ତୁ : ୨୦୨୪ରେ ଲୋକେ ବିକଶିତ ଭାରତ ଖୋଜୁଛନ୍ତି
ବିକାଶ ପାଇଁ ପ୍ରତିଶୃତି ଦେଇଥିଲେ, ହେଲେ ତାହା ପୂରଣ କରିବାରେ ଅସମର୍ଥ ହୋଇଛି। ମୋଦି ୧୦ ବର୍ଷ ମଧ୍ୟରେ ଗରିବରୁ ଗରିବ ଲୋକ ଙ୍କ ସହ ଅନ୍ୟ ବର୍ଗର ଲୋକମାନଙ୍କ ବିକାଶ କରିଛନ୍ତି। ଓଡିଶାରେ ଅନେକ ସମ୍ଭାବନା ଅଛି ଗରିବଠୁ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ବିକାଶ କରିବା ସହ ଓଡିଶାକୁ ନମ୍ବର ୱାନ କରିବାରେ। ମୋଦି ଓ ଏନଡିଏ ର ଚାରିଶ ପାର ହେବ ଏହା ନିଶ୍ଚୟ ବୋଲି କହିଛନ୍ତି ଓମ ବିର୍ଲା।