Videos
|
Odisha

ବାର୍ଡ ଫ୍ଲୁ ନେଇ ଜିଲ୍ଲା ଗୁଡିକୁ ଆଡ଼ଭାଇଜରୀ ଜାରି କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ବାର୍ଡ ଫ୍ଲୁ ନେଇ ଜିଲ୍ଲା ଗୁଡିକୁ ଆଡ଼ଭାଇଜରୀ ଜାରି କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଅର୍ଗସ ବ୍ୟୁରୋ : ଏବେ କିଛି ଦିନ ପାଇଁ ଚିକେନ୍ ନଖାଇବା ଭଲ । ବାର୍ଡ ଫ୍ଲୁ ନେଇ ଜିଲ୍ଲା ଗୁଡିକୁ ଆଡ଼ଭାଇଜରୀ ଜାରି କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଜିଲ୍ଲାୱାରୀ ଫିଭର ସର୍ଭିଲାନ୍ସ ଚାଲିଛି । ପିପିଲି ବାର୍ଡ ଫ୍ଲୁର ହଟସ୍ପଟ୍ । ତେଣୁ ଆଜି ରାପିଡ୍ ରେସପନ୍ସ ଟିମ୍ ପିପିଲି ଯାଇଛି । ଯେଉଁ ଏରିଆରୁ ବାର୍ଡ ଫ୍ଲୁ ବାହାରିଛି ସେ ଅଞ୍ଚଳକୁ କଣ୍ଟେନମେଣ୍ଟ କରିଦିଆଯାଉଛି । ବାର୍ଡ ଫ୍ଲୁ ହେଲେ ତୁରନ୍ତ କୁକୁଡ଼ାକୁ ମାରିଦେଇ ପୋତି ଦେବା ଦରକାର ।

ଅଧିକ ପଢନ୍ତୁ : ରାଞ୍ଚିର ଏକ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଠାବ

ସବୁ ଦିନ ପବ୍ଲିକ ହେଲ୍ଥ ୟୁନିଟ୍ ଦ୍ବାରା ତଥ୍ୟ ସଂଗ୍ରହ କରାଯାଉଛି । ବାର୍ଡ ଫ୍ଲୁ କୁକୁଡ଼ାର କଂଟାକ୍ଟରେ ମଣିଷ ଆସିବା ଉଚିତ ନୁହେଁ । ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ଜ୍ବର ହେବ । ଏଥିପାଇଁ ସତର୍କ ରହିବାକୁ ସୂଚାଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The director of health department spread awareness to all district about bird flu | Argus News