Videos
|
Odisha

ଡାକ୍ତରଙ୍କର ଲକ୍ଷାଧିକ ଟଙ୍କାର ସୁନା-ଟଙ୍କା ଚୋରି ହୋଇଥିବା ଅଭିଯୋଗ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଡାକ୍ତରଙ୍କର ଲକ୍ଷାଧିକ ଟଙ୍କାର ସୁନା-ଟଙ୍କା ଚୋରି ହୋଇଥିବା ଅଭିଯୋଗ 

 କେନ୍ଦ୍ରାପଡା:  ରାଜକନିକା ଥାନା ଅନ୍ତର୍ଗତ ଓଳାଭର ବାଲିସାହି ଛକ ନିକଟରେ ଥିବା ଅବସରପ୍ରାପ୍ତ ଡାକ୍ତରଙ୍କ ଘରୁ ଚୋରି। ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ଓ ରାଜକନିକା ପୋଲିସର ତଦନ୍ତ ଆରମ୍ଭ। ମିଳିଥିବା ସୂଚନା ମୁତାବକ ଅବସରପ୍ରାପ୍ତ ଡାକ୍ତର ଶ୍ୟାମ ପ୍ରସାଦ ନାୟକ ଓ ତାଙ୍କର ପରିବାର ଦୁଇଦିନ ତଳେ ଭୁବନେଶ୍ୱର ଯାଇଥିଲେ ଆଜି ଭୋର ୬ ଟା ସମୟରେ ତାଙ୍କର ବାଡ଼ିକୁ ଫୁଲ ତୋଳିବାକୁ ଆସିଥିବା ଜଣେ କର୍ମଚାରୀ ଡାକ୍ତରଙ୍କର ଘର ପଛପଟ ଝରକା ତଡା ହୋଇଥିବା ଦେଖି ଡାକ୍ତରଙ୍କୁ ଖବର କରିଥିଲେ।

ଦିନ ଦଶଟା ବେଳେ ଡାକ୍ତର ନିଜ ଘରେ ସପରିବାର ସହ ପହଁଚି ଘଟଣା ବିଷୟରେ ରାଜକନିକା ପୋଲିସକୁ ଜଣାଇଥିଲେ। ରାଜକନିକା ପୋଲିସ ସାଇନଟିଫିକ ଟିମ ଓ ସନ୍ଧନୀ କୁକୁର ସହିତ ଆସି ଘଟଣାସ୍ଥଳରେ ଦିନ ବାରଟା ବେଳେ ପହଁଚି ତଦନ୍ତ କରିବା ସହ ବିଭିନ୍ନ ଦିଗରୁ ନମୁନା ସଂଗ୍ରହ କରିଥିବା ଜଣାପଡିଛି। ତେବେ ଅନୁମାନ କରାଯାଉଛି ଗତକାଲି ରାତିରେ ଚୋରମାନେ ଡାକ୍ତରଙ୍କର ଘରର ପଛପଟ ଝରକା ତାଡି ଘରଭିତରେ ପଶି ଚୋରି କରିଛନ୍ତି। ତେବେ ଏହି ଚୋରିରେ ଡାକ୍ତରଙ୍କର ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ହୋଇଥିବା ଡାକ୍ତର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The doctor is accused of stealing lakhs of gold and silver | Argus News