Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦୀର୍ଘ ବର୍ଷ ଧରି ଗାଁରେ ଲାଗିରହିଛି ପାନୀୟ ଜଳ ସମସ୍ୟା

Odisha

ଦୀର୍ଘ ବର୍ଷ ଧରି ଗାଁରେ ଲାଗିରହିଛି ପାନୀୟ ଜଳ ସମସ୍ୟା

Manini Pattanayak
Browse all articles by Manini Pattanayak
·2 years ago·1 min read
ଦୀର୍ଘ ବର୍ଷ ଧରି ଗାଁରେ ଲାଗିରହିଛି ପାନୀୟ ଜଳ ସମସ୍ୟା

ରାୟଗଡ: ଦୀର୍ଘ ବର୍ଷ ଧରି ଗାଁରେ ଲାଗିରହିଛି ପାନୀୟ ଜଳ ସମସ୍ୟା। ଅନ୍ୟ ପକ୍ଷରେ ଭୀଷଣ ତାତିରେ ଜିଲ୍ଲାବାସୀ ଛଟପଟ ହେଉଥିବା ସମୟରେ, ଦୀର୍ଘ 25 ବର୍ଷର ଶାସନ କାଳ ମଧରେ ଗ୍ରାମ ବାସୀଙ୍କୁ ମିଳି ପାରିଲା ନାହିଁ ନଳ ଯୋଗେ ପାନୀୟ ଜଳ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରାଯାଇ ବସୁଧା ଯୋଜନାରେ ଦୀର୍ଘ ୮ ବର୍ଷ ତଳୁ ନିର୍ମାଣ ଧୀନ ଓଭର ହେଡ ପାନୀୟ ଜଳ ଟାଙ୍କି ଏବଂ ପାଇପ ଗୁଡିକ ଏବେ ଖତ ଖାଉଛି।  ଉପାନ୍ତରେ ଉତ୍କଟ ଜଳ ସମସ୍ୟା। ବାସୁଧା ଦେଉଛି ଧୋକା । କାମରେ ଆସୁନି ପାଣି ଟାଙ୍କି। ପିଇବା ପାଣି ପାଇଁ ହନ୍ତସନ୍ତ ତାଡମାବାସୀ। ଏ ହେଉଛି ରାୟଗଡ ସଦରର ତାଡମା ଗାଁର ବାସ୍ତବ ଚିତ୍ର । ୧୦୦୦ରୁ ଉର୍ଧ୍ବ ଲୋକେ ଏହି ଗାଁରେ ବସବାସ କରନ୍ତି।

ପାଣି ଯୋଗାଇ ଦେବା ପାଇଁ ଗାଁ ଦାଣ୍ଡରେ ଦୀର୍ଘ ବର୍ଷ ଧରି ମାଳ ମାଳ ଟ୍ୟାପ ଲଗାଯାଇଛି । ହେଲେ ଆସୁନି ପାଣି। ଫଳରେ ବର୍ଷ ତମାମ ବୋରୱଲ ଉପରେ ନିର୍ଭର କରିଥାନ୍ତି ଗାଁ ଲୋକେ।  ଗାଁ ମୁଣ୍ଡରେ ବସୁଧା ଯୋଜନାରେ ୫୦,୦୦୦ ଲିଟର ବିଶିଷ୍ଟ ଏକ ବିରାଟକାୟ ପାଣି ଟାଙ୍କି ନିର୍ମାଣ କରାଯାଇଛି। ଗାଁ ଦାଣ୍ଡରେ ପାଇପ ମଧ୍ୟ ବିଛାଯାଇଛି। ହେଲେ ଟାଙ୍କି କାମରେ ଆସୁନି। ବିନା ବ୍ୟବହାରରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ପାଣି ଟାଙ୍କି। ଏଭିତରେ ଟାଙ୍କିରେ ବ୍ୟବହୃତ ସାରଞ୍ଜାମ ଏବଂ ପାଇପ ଗୁଡିକ ମଧ୍ୟ ନଷ୍ଟ ହେବାକୁ ବସିଲାଣି। କିନ୍ତୁ ଆଯିବି ଗ୍ରାମବସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି।  ବର୍ଷ ବର୍ଷ ଧରି ଗାଁରେ ଲାଗି ରହିଛି ପାନୀୟ ଜଳ ସମସ୍ୟା। ଏହାର ସମାଧାନ ପାଇଁ ବସୁଧା ଯୋଜନାରେ ପାଣି ଟାଙ୍କି ମଧ୍ୟ ନିର୍ମାଣ କରାଯାଇଛି। ହେଲେ କାମରେ ଆସୁନି ପ୍ରକଳ୍ପ। ଏପଟେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The drinking water problem has been going on in the village for many years | Argus News