Videos
|
Odisha

ଗୋ ମାଂସ ବୋଝଇ ଡାଲା ଅଟୋ ଛାଡି ଡ୍ରାଇଭର ଫେରାର

Banajyotshna Ray
Browse all articles by Banajyotshna Ray
·2 years ago
ଗୋ ମାଂସ ବୋଝଇ ଡାଲା ଅଟୋ ଛାଡି ଡ୍ରାଇଭର ଫେରାର

ଅର୍ଗସ ବ୍ୟୁରୋ:  ବାଙ୍କୀ ବୈଦେଶ୍ଵର ଥାନା ଅନ୍ତର୍ଗତ କଳାପଥର ମଧୁଆପଲ୍ଲୀ ଛକରେ ଗୋ ମାଂସ ବୋଝଇ ଡାଲା ଅଟୋ ଛାଡି ଡ୍ରାଇଭର ଫେରାର। ସୂଚନା ଅନୁଯାଇ ମଧୁଆପଲ୍ଲୀ ଛକରେ ଏକ ଡାଲା ଅଟୋରେ ଗୋ ମାଂସ ବୋଝେଇ ହୋଇ ଯାଉଥିବା ସମୟରେ ହଠାତ ଗାଡିଟିର ଚେଚିଶ ଭାଙ୍ଗି ଯିବାରୁ ଷ୍ଟାର୍ଟ ବନ୍ଦ ହୋଇଯିବା ଫଳରେ ଗାଡିଟି ଆଉ ଷ୍ଟାର୍ଟ ହୋଇନଥିଲା।

ଗାଡ଼ିରେ ଗୋ ମାଂସ ଥିବାରୁ ଭୟଭୀତ ହୋଇ ଡ୍ରାଇଭର ସେଠୁ ଚମ୍ପଟ ମରିବା ପରେ  ବହୁତ ସମୟ ଗାଡିଟି ରାସ୍ତା ଉପରେ ରହିଥିବା ଦେଖି ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ବଢିଥିଲା । ଲୋକେ ଗାଡ଼ିରେ ଗୋ ମାଂସ ବୋଝଇ ହୋଇଥିବାର ଦେଖିବାକୁ ପାଇଥିଲେ ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବୈଦେଶ୍ଵର ପୋଲିସ ପଂହଁଚି ଗାଡିଟିକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The driver left the car loaded with beef and missing | Argus News