Videos
|
Odisha

ଗୋରୁ ଚାଲାଣ ଅଭିଯୋଗରେ ଡ୍ରାଇଭର ଗିରଫ

Ritu Das
Browse all articles by Ritu Das
·1 year ago
ଗୋରୁ ଚାଲାଣ ଅଭିଯୋଗରେ ଡ୍ରାଇଭର ଗିରଫ

ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା  ପୋଲିସ ଏକ ଗୋରୁ ବୋଝେଇ ଜବତ କରିବା ସହ ସହ ଡ୍ରାଇଭରକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଦେଓଗାଁ ଥାନା ସନ୍ଧିଜୋର ଗାଁର ଶ୍ରୀତମ ଚନ୍ଦନ ବୋଲି ଜଣାପଡିଛି। 

ଟିକ୍ରାପଡା ଫାଣ୍ଡି ସ୍ଥିତ ସିଙ୍ଗମୁଣ୍ଡା ଅଞ୍ଚଳରୁ ଏକ ବୋଲେରୋ ପିକଅପ ଗାଡ଼ି ନଂ ଓଡ଼ି୦୩ ଏସ ୮୦୩୨ ଯୋଗେ ବେଆଇନ ଭାବେ କଳାହାଣ୍ଡି ଜିଲ୍ଲା ବାଦୀପଡା ଅଞ୍ଚଳକୁ ଗୋରୁ ଚାଲାଣ ହେଉଥିବା ନେଇ କରମତିଳା ଓ ଛନଛଡା ଅଞ୍ଚଳର ଯୁବକମାନେ ଖବର ପାଇ ବୋଲେରୋ ପିକଅପ ଗାଡ଼ିକୁ କରମତଳା ଠାରେ ଅଟକାଇ ସଇଁତଳା ଥାନାକୁ ଖବର ଦେଇଥିଲେ। 

ଖବର ପାଇ ପୋଲିସ ଟିମ ପହଞ୍ଚି ଗୋରୁ ବୋଝଇ ଗାଡ଼ିକୁ ଜବତ କରିବା ସହ ଗାଈକୁ ଗାଁର କିଛି ଲୋକଙ୍କୁ ଜିମା ଦେଇଥିଲେ। ଅଭିଯୁକ୍ତଙ୍କୁ ଗିରଫ କରି ଟିଟିଲାଗଡ଼ କୋର୍ଟଚାଲାଣ କରିଛି ସଇଁତଲା ପୋଲିସ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The driver was | Argus News