Videos
|
Odisha

ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ

Ritu Das
Browse all articles by Ritu Das
·2 years ago
ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ

ଅର୍ଗସ ବ୍ୟୁରୋ: ହୀରାକୁଦ ଡ୍ୟାମ୍ ସୁରକ୍ଷା ଚିନ୍ତା! ହୀରାକୁଦ ନିଷିଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ। ହୀରାକୁଦ ଜଳଭଣ୍ଡାରରେ ଗେଟ୍ ଖୋଲାଯାଉଥିବା ବେଳେ ସେଠାରେ ଜଣେ ବ୍ଲଗର ଡ୍ରୋନ ଉଡାଇଛନ୍ତି। 

ଡ୍ରୋନ ଉଡାଇବା ସହ ଏହି ଭିଡିଓକୁ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏପରିକି ଡ୍ୟାମର ସବୁ ପଟୁ ଭିଜୁଆଲ ନିଆଯାଇ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି। ତେବେ ଏଭଳି ଭିଡିଓ ରେକଡିଂ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ହୋଇଛି। ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଡ୍ରୋନ ଉଡାଣ ଉପରେ ରହିଛି କଟକଣା। କିଭଳି କେଉଁ ପରିସ୍ଥିତିରେ ଏଭଳି କରାଗଲା ତାହାର କାଣ ଖୋଜୁଛନ୍ତି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ। ଏନେଇ ଅଧିକ ତଦନ୍ତ ଜାରି ରହିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The drone flew | Argus News