Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଜି ଖୋଲିବ ରତ୍ନଭଣ୍ଡାର, କଡା ସୁରକ୍ଷା ବଳୟ ଭିତରେ ଆସିଲା ନକଲ ଚାବି

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ଖୋଲିବ ରତ୍ନଭଣ୍ଡାର, କଡା ସୁରକ୍ଷା ବଳୟ ଭିତରେ ଆସିଲା ନକଲ ଚାବି

ଅର୍ଗସ ବ୍ୟୁରୋ:  ଆଜି ଖୋଲିବ ରତ୍ନଭଣ୍ଡାର। ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧକ୍ଷତାରେ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରତ୍ନଭଣ୍ଡାର ତଦାରଖ କମିଟିର ବସିଛି ବୈଠକ। ବୈଠକରେ କମିଟିର ସମସ୍ତ ସଦସ୍ୟ, ଏଏସଆଇ ଅଧିକାରୀ ଉପସ୍ଥିତ। ନକଲି ଚାବି ଧରି ପହଞ୍ଚିଲେ ନୀତି ପ୍ରଶାସକ। କଡା ସୁରକ୍ଷା ବଳୟ ଭିତରେ ଆସିଲା ନକଲ ଚାବି। ଆଜି ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ସ୍ନେକ ହେଲପ ଲାଇନ ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ। ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ତଦାରଖ କମିଟିର ୨ ଜଣ ସଦସ୍ୟ ଯିବେ ରତ୍ନଭଣ୍ଡାର ଭିତରକୁ। 

ଶ୍ରୀମନ୍ଦିର ଭିତରକୁ ଗଲେ ୧୫ ଜଣିଆ ଓଡ୍ରାଫ ଟିମ୍‌। ଏହାସହ ରତ୍ନଭଣ୍ଡାର ଭିତରକୁ ଯିବା ପାଇଁ ଆସିଲା ଲାଇଟ୍‌। ରତ୍ନଭଣ୍ଡାର ଭିତରକୁ ମୋବାଇଲ ମନା। ସେପଟେ ମୋ ପାଖରେ ନାହିଁ ରତ୍ନଭଣ୍ଡାର ଚାବି ବୋଲି କହିଛନ୍ତି ଜିଲ୍ଲାପାଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The duplicate key came inside the tight security zone | Argus News