Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସହିଦ ଈଶ୍ୱର ଦୋରାଙ୍କ ଶେଷକୃତ୍ୟ ସମ୍ପନ୍ନ

Banajyotshna Ray
Browse all articles by Banajyotshna Ray
·2 years ago
ସହିଦ ଈଶ୍ୱର ଦୋରାଙ୍କ ଶେଷକୃତ୍ୟ ସମ୍ପନ୍ନ

ଅର୍ଗସ ବ୍ୟୁରୋ: ପଞ୍ଚଭୂତରେ ବୀଲିନ ହେଲା ସହିଦ ଈଶ୍ବର ଦୋରାଙ୍କ ପାର୍ଥିବ ଶରୀର । ଜନ୍ମମାଟି କେସିଙ୍ଗା ବେଲଖଣ୍ଡି ଗାଁରେ ସହିଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅକୁ ମୁଖାଗ୍ନି ଦେଲେ ବାପା ଧୀରେନ୍ଦ୍ର ଦୋରା । ସହିଦଙ୍କୁ ଶେଷ ବିଦାୟ ସହ ଲୁହରେ ଭିଜିଲା ଜନ୍ମମାଟି । ଭୁବନେଶ୍ବରରେ ସହିଦଙ୍କ ମରଶରୀର ପହଞ୍ଚିବା ପରେ କେସିଙ୍ଗା ଅଭିମୁଖେ ନିଆଯାଇଥିଲା ।

ପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ଜନ୍ମମାଟି ବେଲଖଣ୍ଡି ଗାଁକୁ ନିଆଯାଇଥିଲା ପାର୍ଥିବ ଶରୀର । ସେଠାରେ ହଜାର ହଜାର ଲୋକ ଏକାଠି ହୋଇ ସହିଦଙ୍କ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତ୍ରିପୁରା ସୀମାରେ ଡ୍ୟୁଟିରେ ଥିବାବେଳେ ସହିଦ ହୋଇଥିଲେ ଓଡ଼ିଆ ପୁଅ ଈଶ୍ବର ଦୋରା । ୨୦୦୯ ମସିହାରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored