Videos
|
Odisha

କଳା ଟଙ୍କାର ଚେର ଖୋଜିବାକୁ ଗୁରୁମନ୍ତ୍ର ଦେଲେ ଇଡି ନିର୍ଦ୍ଦେଶକ

Ritu Das
Browse all articles by Ritu Das
·1 year ago·1 min read
କଳା ଟଙ୍କାର ଚେର ଖୋଜିବାକୁ ଗୁରୁମନ୍ତ୍ର ଦେଲେ ଇଡି ନିର୍ଦ୍ଦେଶକ

ଅର୍ଗସ ବ୍ୟୁରୋ: ଇଡି କାର୍ଯ୍ୟାଳୟରେ ମାରାଥନ ମିଟିଂ। ରାଜ୍ୟରେ ଇଡି ନେଇଥିବା ମାମଲା ଗୁଡିକର ତଦନ୍ତ ବିଷୟରେ ଇଡି ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ଓଡ଼ିଶା ଗସ୍ତରେ ଥିବା ଇଡି ନିର୍ଦେଶକ ରାହୁଲ ନବୀନ। ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗ ଦେଇଥିଲେ ଇଡି ପକ୍ଷରୁ ତଳକୋର୍ଟ, ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ମାମଲା ପରିଚାଳନା କରୁଥିବା ଆଡ଼ଭୋକେଟ। କୋର୍ଟରେ ଥିବା ମାମଲା ସବୁର କେତେ ଅଗ୍ରଗତି ହୋଇଛି, ତାର ସମୀକ୍ଷା କରାଯାଇଛି। ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇଡି ଡିରେକ୍ଟର। 

ଇଡି ଫୋକସରେ ଡ୍ରଗ୍ସ ଓ ଦୁର୍ନୀତିର କଳା ଟଙ୍କା। ସୂଚନା ମିଳିଛି, ଇଡି ନିର୍ଦ୍ଦେଶକଙ୍କ ବୈଠକ ପରେ କିଛି ପୁରୁଣା ମାମଲା ଖୋଲିବା ସହ ନୂଆ ମାମଲା ଇଡି ହାତକୁ ନେବ। ବିଶେଷ କରି ବିଜେଡି ନେତାଙ୍କ ଲିଙ୍କ ଥିବା AT ଚିଟ ଫଣ୍ଡ ସହ ସିସୋର ମାମଲାର ବି ତନାଘନା ହେବ। ଏହାସହ ଖଣି ଦୁର୍ନୀତି ଓ ଭିଜିଲାନ୍ସ ଜାଲରେ ପଡ଼ିଥିବା କୋଟିପତି ବାବୁଙ୍କ କଳା ଟଙ୍କାର ଉତ୍ସ ଖୋଜିବ ଇଡି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The ED director | Argus News