Videos
|
Odisha

କୋଲକାତାରୁ ଆସିଥିବା ଇଡି ଟିମ୍‌ ଗାଁରେ କଲା ରେଡ୍‌

Banajyotshna Ray
Browse all articles by Banajyotshna Ray
·2 years ago·2 min read
କୋଲକାତାରୁ ଆସିଥିବା ଇଡି ଟିମ୍‌ ଗାଁରେ କଲା ରେଡ୍‌

ଅର୍ଗସ ବ୍ୟୁରୋ:  ଶୁକ୍ରବାର ସକାଳେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ ଗ୍ରାମରେ ଇଡି ପକ୍ଷରୁ କରାଯାଇଛି ବଡ ରେଡ୍। କୋଲକାତାରୁ 8ଟି ଗାଡିରେ ପୋଲିସ ଫୋର୍ସ ସହ 40 ଜଣିଆ ଇଡି ଟିମ୍ ପହଞ୍ଚି ଖୋଳତାଡ କରି ସନ୍ଧ୍ୟା 5ଟାରେ ବଣାଇ ଛାଡିଛି। ବଣାଇ ଅଞ୍ଚଳରେ ଦୀର୍ଘ ଦିନ ଧରି ଗୋଗୁଆ, ଜଙ୍ଗଳା, ଜକୈକଳା, ତଳିତା ଓ ଆଖପାଖ ଅଞ୍ଚଳରେ ଫ୍ରି-ୱିନି ନାମକ ଏକ୍ ଅନଲାଇନ୍ ଗେମ୍ ମାଧ୍ୟମରେ କୋଟି କୋଟି ଟଙ୍କା କାରବାର କରିଥିବା ଇଡି ନିକଟରେ ସୂଚନା ରହିଥିଲା। ଏହି ସୂଚନ ଆଧାରରେ ଇଡି ଟିମ୍ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅରୁଣ ସାହୁ, ଶିଶିର ପ୍ରଧାନ, ଆଲୋକ କୁମାର ସାହୁ, ଅରୁଣ ରାଉତ, ନାରାୟଣ ପ୍ରଧାନ, ବିଜୟ ପ୍ରଧାନ ପ୍ରମୁଖ 6ଜଣଙ୍କ ଘରେ ପ୍ରଥମେ ଯାଞ୍ଚ ଆରମ୍ଭ କରିଥିଲେ। 

ଗାଁରେ ପହଞ୍ଚିବା ପରେ ଇଡି ଟିମ୍ କୋଟି କୋଟି ଟଙ୍କାର ଆଲିସାନ୍ ଘର ଦେଖି ତାଜୁବ୍ ହୋଇଯାଇଥିଲା। ଏତେ ଟଙ୍କା କେଉଁଠାରୁ ଆସିଲା ଆସିଲା, କିଏ କିଏ ଏହି ଟିମରେ ଅଛନ୍ତି ସେନେଇ ତଦନ୍ତ କରିଛି ଇଡି।  5ରୁ 6 ବର୍ଷ ପୂର୍ବେ ଗୋଗୁଆ ଗାଁରେ କେତେକ ଯୁବକ ଏହି ଅନଲାଇନ୍ ବେଟିଂ ଗେମ୍ ଖେଳିବା ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ଏହା ଅଖାପାଖା ଗାଁକୁ କାୟା ବିସ୍ତାର କରିଥିଲା। ପରେ ଅନେକ ଯୁବକ ଗେମରେ ସାମିଲ ହୋଇଥିଲେ। ପ୍ରଥମ ଖେଳୁଥିବା ଯୁବକଙ୍କ ଏକାଉଣ୍ଟକୁ କୋଟି କୋଟି ଟଙ୍କା ଅସିଥିଲା। ଏହାପରେ ସେମାନେ ସେହି ଅର୍ଥରେ ଘର ନିର୍ମାଣ କରିଥିଲେ। କୋଟି କୋଟି ଟଙ୍କାର କାରବାର ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷ ସନ୍ଦେହ କରି ଆକାଉଣ୍ଟ ସିଜ୍ କରିଥିଲେ। କିନ୍ତୁ ତାହା ବଦଳରେ ଅନ୍ୟ ଆକାଉଣ୍ଟ ଖୋଲି ବେଟିଂ ଗେମ୍ ଖେଳି ଥିଲେ। ଲୋକଙ୍କୁ ଧ୍ୟାନ ହଟାଇବାକୁ ଯୋଜନା କରି କିଏ ରାଉଲକେଲା ତ କିଏ ଦେବଗଡ଼ ଓ ଭୁବନେଶ୍ବର ରହି ଗେମରେ ଖେଳୁଥିଲେ। କିନ୍ତୁ ଶୁକ୍ରବାର ରେଡ୍ ପରେ ଗୁମର ଧୀରେ ଧୀରେ ପଦାକୁ ବାହାରୁଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The ED team from Kolkata raided the village | Argus News