ଠାକୁର ଭସାଣୀ ବେଳେ ଅଘଟଣ, ଚାଲିଗଲା ବଡ଼ ଭାଇର ଜୀବନ
·1 year ago

ବାଲେଶ୍ୱର: ଠାକୁର ଭସାଣୀ ବେଳେ ଅଘଟଣ। ଚାଲିଗଲା ବଡ଼ ଭାଇର ଜୀବନ, ସାନ ଭାଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା କୁଳିଗାଁରେ। ଠାକୁର ଭସାଣି ବେଳେ ଘଟିଲା ଅଘଟଣ l ସୂଚନା ଅନୁଯାୟୀ ମୂର୍ତ୍ତି ବିସର୍ଜନ ପାଇଁ ଗାଁର ପିଲାମାନେ ପୋଖରୀକୁ ଯାଇଥିଲେ । ସେଠାରେ ଦୁଇ ଭାଇ ବୁଡ଼ିଯାଇଥିଲେ l
ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ l କିନ୍ତୁ ସେଠାରେ ଡାକ୍ତର ବଡ଼ ଭାଇକୁ ମୃତ ଘୋଷଣା କରିଥିଲେ l ତେବେ ମୃତକ ଜଣକ ହେଉଛନ୍ତି ଅରୁଣ ରାଉତଙ୍କ ବଡ଼ ପୁଅ ପ୍ରତ୍ୟୁଷ ରଞ୍ଜନ ରାଉତ l ସେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ l ଏବେ ସାନ ଭାଇର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
