ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
·2 years ago·1 min read

ଅର୍ଗସ ବ୍ୟୁରୋ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ ଭାଇକୁ ହତ୍ୟା କଲା ସାନଭାଇ। ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ମହଁଗାଁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମହଗାଁ ଗାଁର ବେଳାର ରଣାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନ ଭାଇ ସୁନାଧର ରଣା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l
କିଛି ମାସ ତଳେ ପାରିବାରିକ କଲହରୁ ଝଗଡା ଲାଗି ରହି ଥିଲା l ଏବଂ ସୁନାଧର ଜେଲ ମଧ୍ୟ ଯାଇ ଥିଲେ। ନିକଟରେ କିଛି ଦିନ ହେବ ଘରକୁ ମଧ୍ୟ ଫେରିଥିଲେ। ଗତକାଲି ୩ଟା ସମୟରେ ବେଳାର ରଣା ତାଙ୍କ ବିଲକୁ ଯାଉ ଥିବା ବେଳେ ସୁନାଧର ତାଙ୍କୁ ସାଙ୍ଗରେ ମଦ ପିଇବାକୁ ଡାକିଥିଲେ। ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହାପରେ ସୁନାଧର ବଡ଼ ଭାଇଙ୍କୁ ଟାଙ୍ଗିଆରେ ମାରି ହତ୍ୟା କରିଥିଲା। ଘଟଣା ସମ୍ପର୍କରେ ସଇଁନ୍ତଳା ଥାନା ଅଧିକାରୀ ସୁଶାନ୍ତ ପଧାନ ଖବର ପାଇବା ପରେ ସେଠାରେ ପହଞ୍ଚି ଶବ ଜବତ କରିବା ପରେ ସାନ ଭାଇ ସୁନାଧରଙ୍କୁ ଗିରଫ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: