Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସ୍ୱଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ୍ ଦେଉଛନ୍ତି ନିର୍ବାଚନ କମିଶନ

Odisha

ସ୍ୱଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ୍ ଦେଉଛନ୍ତି ନିର୍ବାଚନ କମିଶନ

Ritu Das
Browse all articles by Ritu Das
·2 years ago·1 min read
ସ୍ୱଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ୍ ଦେଉଛନ୍ତି ନିର୍ବାଚନ କମିଶନ

ଅର୍ଗସ ବ୍ୟୁରୋ: ସମସ୍ତେ ଭୋଟ ଦେବାକୁ ଭୋଟ କେନ୍ଦ୍ରକୁ ଆସନ୍ତୁ। ନିର୍ବାଚନର ପର୍ବରେ ସମସ୍ତେ ସାମିଲ ହେବାକୁ ଅପିଲ କଲେ ଜାତୀୟ ନିର୍ବାଚନ ଆୟୋଗ। 
ସରକାରୀ କଳର ସଠିକ ବ୍ୟବହାର ହେଉ। ନିର୍ବାଚନ ପ୍ରଚାରର ସମସ୍ତ ଙ୍କୁ ସମାନ ଅଧିକାର ମିଳୁ, ହିଂସା ରୋକାଯାଉ, ସରକାରୀ ଗାଡ଼ି ଏବଂ ଆମ୍ବୁଲାନ୍ସରେ ଟଙ୍କା ନେବା ଆଣିବା କରାଯାଉଥିବା ଅଭିଯୋଗ, ସରକାରୀ କୋଠା ରେ ମଧ୍ୟ ଟଙ୍କା ଗଚ୍ଛିତ ରଖାଯାଇ ନିର୍ବାଚନରେ ପାର୍ଟିର ବ୍ୟବହାର ହେଉଛି।  ପେଡ ନ୍ୟୁଜକୁ ତର୍ଜମା କରାଯାଉ। ରାଜନୈତିକ ଦଳର ଚିହ୍ନ ସରକାରୀ ଯୋଜନାରେ ବ୍ୟବହାର ହେଉଛି ଏଭଳି କିଛି ଅଭିଯୋଗ ଆସିଛି।  ଯାହାର ସମାଧାନ ହେବାର ଆବଶ୍ୟକତା ରହିଛି।

ସବୁ ମତଦାନ କେନ୍ଦ୍ର ସମସ୍ତ ପ୍ରକାରର ସୁବିଧା ବ୍ୟବସ୍ଥା କରାଯାଉଛି । ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସି ଭିଜିଲ ଆପ ଜରିଆରେ ହିଂସା, ମଦ ଓ କଳା ଟଙ୍କା କାରବାର ରୋକିବାକୁ ପଦକ୍ଷେପ ନିଆଯାଇଛି।  ସାଧାରଣ ଲୋକେ ଏଥିରେ ସେମାନଙ୍କର ଅଭିଯୋଗ ରଖି ପାରିବେ । ୧୦୦ ମିନିଟ ମଧ୍ୟରେ ତାହାର ସମାଧାନ କରାଯିବ । 

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉଭୟ ଲୋକସଭା ଓ ବିଧାନସଭା ପାଇଁ ଆମେ ପ୍ରସ୍ତୁତ ଅଛୁ। ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତ ପର୍ବ ସରି ସାରିଛି। ସବୁ ଭୋଟର ଆସନ୍ତ ଓ ଗଣତନ୍ତ୍ର ମହାପର୍ବରେ ନିଜକୁ ସାମିଲ କରାନ୍ତୁ। ଓଡ଼ିଶାରେ ମୋଟ ୩ କୋଟି ୩୨ ଲକ୍ଷ ଭୋଟର ଏଥର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ରାଜ୍ୟରେ ମୋଟ ୩୭ ହଜାର ୮୦୯ ବୁଥରେ ବ୍ୟବସ୍ଥା କରାଯାଇଛି। ୨୨୨,୬୮୫ରେ ଓ୍ବେବକାଷ୍ଟିଂ ହେବ। ୪ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
The Election Commission | Argus News