Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝାଡ଼ଖଣ୍ଡରେ ନିର୍ବାଚନୀ ପରିବେଶ, ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ହେଭିୱେଟ୍ ନେତା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଝାଡ଼ଖଣ୍ଡରେ ନିର୍ବାଚନୀ ପରିବେଶ, ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ହେଭିୱେଟ୍ ନେତା

ଅର୍ଗସ ବ୍ୟୁରୋ:  ଝାଡ଼ଖଣ୍ଡରେ ସରଗରମ ନିର୍ବାଚନୀ ପରିବେଶ। ବିଜେପି ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଦଳର ହେଭିୱେଟ୍ ନେତା। ଏନଡିଏ ଓ ଇଣ୍ଡିମେଣ୍ଟ ପକ୍ଷରୁ ତୁଙ୍ଗ ନେତାଙ୍କ ପକ୍ଷରୁ ଚାଲିଛି ଘମାଘୋଟ ପ୍ରଚାର। ୧୩ ତାରିଖରେ ୪୩ଟି ବିଧାନସଭା କ୍ଷେତ୍ରରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିମଧ୍ୟରେ ରହିଛି କୋହ୍ଲାନ ପ୍ରଖଣ୍ଡର ୧୪ ଟି ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ର। ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଏବଂ ଷଢେଇକଳା ଖରସୁଆଁ ଜିଲ୍ଲା ଅଧିନରେ ରହିଛି ଏହି ସମସ୍ତ ବିଧାନସଭା ଆସନ। ୧୪ଟି ଯାକ ଆସନରେ ଓଡ଼ିଆ ଭୋଟରଙ୍କ ସଂଖ୍ୟା ୨୦ ଲକ୍ଷରୁ ଅଧିକ ।

ତେଣୁ ପ୍ରାର୍ଥୀଙ୍କ ହାର ଜିତରେ ସେମାନେ ହିଁ ନିଭାଇବେ ନିର୍ଣ୍ଣାୟକ ଭୂମିକା। ଓଡ଼ିଆ ଭୋଟରଙ୍କୁ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ ପାଇଁ ପ୍ରଚାରରେ ସାମିଲ ହୋଇଛନ୍ତି ବହୁ ଓଡ଼ିଆ ବିଜେପି ନେତା। ଓଡ଼ିଆ ବହୁଳ ଏହି ବିଧାନସଭା କ୍ଷେତ୍ରରେ ବିଜେପି ସପକ୍ଷରେ ପ୍ରଚାର ପାଇଁ ଓଡ଼ିଆ ନେତାମାନେ ଲଗିପଡ଼ିଛନ୍ତି ।  ଏହି ପର୍ଯ୍ୟାୟରେ ଯେଉଁ ମେଣ୍ଟ ରହିବ ଆଗରେ ତା ପାଇଁ ସରକାର ଗଢିବାର ରାସ୍ତା ହେବ ପରିସ୍କାର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored