Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସ୍କୁଲରେ ପଶି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଲା ହାତୀ 

Odisha

ସ୍କୁଲରେ ପଶି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଲା ହାତୀ 

Manini Pattanayak
Browse all articles by Manini Pattanayak
·1 year ago
ସ୍କୁଲରେ ପଶି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଲା ହାତୀ 

ଢେଙ୍କାନାଳ : ସ୍କୁଲରେ ପଶି ମଧ୍ୟାହ୍ନ ଭୋଜନ ଚାଉଳ ଖାଇଲା ହାତୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦିନକୁ ଦିନ ବଢୁଛି ହାତୀ ଉତ୍ପାତ । ବିଦ୍ୟାଳୟରେ ପଶି ରୋଷେଇ ଘର କବାଟ ଭାଙ୍ଗି ଷ୍ଟୋରରୁମରେ ଥିବା ଚାଉଳ ଖାଇ ଦେଇଛି ହାତୀ ।

ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନର ମଝିକା ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏହି ଦୃଶ୍ୟ । ଖାଲି ସେତିକି ନୁହେଁ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କଂକିଳୀ, ପଥରଖମ୍ବ, ମୁକ୍ତାପଶି, ବସୋଈ ଗାଁରେ ହାତୀପଲ ବ୍ୟାପକ ଧାନ ତଳି ନଷ୍ଟ କରିଛନ୍ତି । ହାତୀ ଉପଦ୍ରବରୁ ଅତିଷ୍ଠ ହୋଇପଡିଲେଣି ସ୍ଥାନୀୟ ଲୋକେ । ବନବିଭାଗ ତୁରନ୍ତ ହାତୀଙ୍କୁ ଘଉଡାଇବା ପାଇଁ ଦାବି ହୋଇଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The elephant entered the school and ate rice for lunch | Argus News