Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା, ହାତୀ ପଢ଼ୁଛି ପାଠ

Banajyotshna Ray
Browse all articles by Banajyotshna Ray
·2 years ago·1 min read
କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା, ହାତୀ ପଢ଼ୁଛି ପାଠ

ଅର୍ଗସ ବ୍ୟୁରୋ: ହାତୀ ପଢୁଛି ପାଠ । ଚନ୍ଦକାର କୁମାରଖୁଣ୍ଟିରେ ଅଛି ହାତୀଙ୍କ ପାଠଶାଳା । କୁମକି ହାତୀ ପାଇଁ ଏଠାରେ ହାତୀଙ୍କୁ ଟ୍ରେନିଂ ଦିଆଯାଉଛି । 5 ହାତୀଙ୍କୁ ମାହୁନ୍ତ ଟ୍ରେନିଂ ଦେଉଥିବାବେଳେ ସେମାନଙ୍କ ରହିବା ଖାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜଗା, ମାମା, ଉମା, କାର୍ତିକ, ଚନ୍ଦୁ ଓ ଶଙ୍କର। ଏହି 6ଟି ହାତୀଙ୍କୁ ଚନ୍ଦକା ଭିତରେ ଦିଆଯାଉଛି ଟ୍ରେନିଂ। ଶଙ୍କରକୁ ଅଲଗା ରଖା ଯାଇଥିବା ବେଳେ ଅନ୍ୟ 5 ହାତୀଙ୍କ ରହିବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା।  ଖାଇବା ଓ ପିଇବା ପାଇଁ ମଧ୍ୟ ହାତୀ ରହଣି ସ୍ଥଳ ରେ ସୁବିଧା କରାଯାଇଛି। ପ୍ରତିଦିନ ସକାଳୁ ଚଲା ବୁଲା କରିବା ପରେ ହାତୀ ଟ୍ରେନିଂ ସେଣ୍ଟରକୁ ଯାଆନ୍ତି। ସେଠାରେ ସେମାନଙ୍କୁ କୁମକୀର ଟ୍ରେନିଂ ଦିଆଯାଏ। ଏହି ଟ୍ରେନିଂ ପରେ ଜଙ୍ଗଲରେ ବନ ବିଭାଗ ଅପରେସନରେ ବନ ଅଧିକାରୀଙ୍କୁ ସହଯୋଗ କରେ କୁମକି ହାତୀ।

ଏହା ଦେଖିବା ପାଇଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିବେ ନିଶ୍ଚିନ୍ତ। କିନ୍ତୁ ଏହା ସତ। ହାତୀକୁ ଦିଆଯାଉଛି ଟ୍ରେନିଂ। ହାତୀ ପଢ଼ୁଛି ପାଠ। ଏହାସହ ଜଙ୍ଗଲରେ ହାତୀ କରିବ ଅଧିକାରୀଙ୍କୁ ସହଯୋଗ। ଯାହାଦ୍ୱାରା ହାତୀ ଆଉ ମଣିଷ ମଧ୍ୟରେ ଏକ ସୁନ୍ଦର ସମ୍ପର୍କ ଗଢ଼ିଉଠିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The elephant is reading | Argus News