ବିଷାକ୍ତ ଖାଦ୍ୟ ଖାଇ ହାତୀଛୁଆ ଅସୁସ୍ଥ
·1 year ago

ଅର୍ଗସ ବ୍ୟୁରୋ: ଜଙ୍ଗଲ ମଧ୍ୟରେ ଗଜରାଜ ଅସୁସ୍ଥ। ଆଉ ଜଙ୍ଗଲ ମଧ୍ୟରେ ଚାଲିଛି ଗଜରାଜର ଚିକିତ୍ସା। ଆଠଗଡ଼ ବନଖଣ୍ଡ ତିଗିରିଆ ସେକ୍ସନ ସୋରିଷପାଳ ସଂରକ୍ଷିତ ଜଙ୍ଗଲରେ କୌଣସି ବିଷାକ୍ତ ଖାଦ୍ୟଖାଇ ୩ ବର୍ଷର ଏକ ଦଳଛଡା ହାତୀ ଅସୁସ୍ଥ ହୋଇପଡିଛି।
ତେବେ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ କାବୁ କରିବା ପରେ କପିଳାସ wildife response teaକ୍ତm କୁ ସୂଚନା ଦେଇଥିଲେ। କପିଳାସରୁ ଟିମ ପହଞ୍ଚି ପାଖାପାଖି ୩ ଘଣ୍ଟା ହବ ହାତୀର ଚିକିତ୍ସା ଜାରି ରଖିଛନ୍ତି। ତେବେ ହାତୀଟି ଧୀରେ ଧୀରେ ସୁସ୍ଥ ହେଉଛି। ଯେଉଁ ପର୍ଯ୍ୟନ୍ତ ହାତୀଟି ସୁସ୍ଥ ନ ହୋଇଛି ସେ ପର୍ଯ୍ୟନ୍ତ ତାର ଚିକିତ୍ସା ଜାରି ରହିବ ବୋଲି କହିଛନ୍ତି ପ୍ରାଣୀ ଚିକିତ୍ସକ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: