ହାତୀବେଶ ପ୍ରସ୍ତୁତି ଆରମ୍ଭ

ଅର୍ଗସ ବ୍ୟୁରୋ: ଭାବରେ ଭିଜୁଛି ବଡଦାଣ୍ଡ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଭକ୍ତ ଆଗରେ ଗାଧୋଉଛନ୍ତି ଶ୍ରୀଜୀଉ । ଚର୍ମଚକ୍ଷରୁ ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦେଖିବାକୁ ଲାଗିଛି ଭକ୍ତଙ୍କ ଭିଡ । ଆଜି ସ୍ନାନଯାତ୍ରା। ଭୋର ୫ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି । ପ୍ରଥମେ ଧାଡ଼ି ପହଣ୍ଡିରେ ଆସି ସ୍ନାବେଦିରେ ବିରାଜିଲେ ବଡ଼ଠାକୁର । ବଡ଼ଠାକୁରଙ୍କ ପଛେପଛେ ପହଣ୍ଡିରେ ଆସି ରତ୍ନବେଦିରେ ବିରାଜିଛନ୍ତି ମହାପ୍ରଭୁ ଜଗନ୍ନାଥ । ଶେଷରେ ରତ୍ନବେଦି ଚାଡ଼ି ସ୍ନାନବେଦିରେ ବିରାଜିଥିଲେ ଦେବୀ ସୁଭଦ୍ରା । ଏହାପରେ ମହାପ୍ରଭୁଙ୍କ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ସ୍ନାନଯାତ୍ରାର ଅନନ୍ୟ ପରମ୍ପରା ହେଉଛି ପୁରୀ ଗଜପତିଙ୍କ ଛେରାପହଁରା। ଆଜି ଏହି ନୀତି ସମାପନ କରିବାକୁ ରାଜନଅରରୁ ଆସିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ତାମଯାନରେ ବସି ଗଜପତି ରଥପାଖକୁ ଆସିଥିଲେ। ବର୍ତ୍ତମାନ ଏହି ଛେରାପହଁରା ନୀତି ଶେଷ ହୋଇଛି ।
ଏହାପରେ ଗଜବେଶ ଆରମ୍ଭ ହେବ । ରାତି ସାଢ଼େ ୭ଟାରୁ ଭକ୍ତଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହେବ । ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: