Videos
|
Odisha

ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ ରାଜ୍ୟରୁ ସମ୍ପୂର୍ଣ୍ଣ ଡ୍ୟାନ୍ସ ବାର ବନ୍ଦ ହେବ

Ritu Das
Browse all articles by Ritu Das
·1 year ago·1 min read
ଅବକାରୀ ମନ୍ତ୍ରୀଙ୍କ ବଡ଼ ବୟାନ ରାଜ୍ୟରୁ ସମ୍ପୂର୍ଣ୍ଣ ଡ୍ୟାନ୍ସ ବାର ବନ୍ଦ ହେବ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଡ୍ୟାନ୍ସ ବାର ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।  ସ୍କୁଲ କଲେଜ ପାଖ ଅଞ୍ଚଳରେ ବାର ଏବଂ ଅଫ ସପ ଖୋଳାଯାଇଛି। ବେଆଇନ ମଦକୁ ପ୍ରଶୟ ଦେଇଥିଲେ ପୂର୍ବ ସରକାର ତାକୁ ଆମେ ଭାଙ୍ଗିବୁ। ମୃତକ ତଥ୍ୟ ଲୁଚା ଯାଇନାହିଁ, ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ସାର୍ବଜନୀନ ହେବ। 

ନୂଆ ପଲିସି ଆସିବ, ବିଧାୟକ ବନ୍ଧୁ ଅରୁଣ ସାହୁ କହିଲେ, ଭଦ୍ର ଲୋକ ଏ ବିଭାଗକୁ ଆସିବା କଥା ନୁହେଁ। ମୋର ଏହି ବିଭାଗକୁ ଆସିବା ପାଇଁ ଇଛା ନଥିଲା କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ଦାୟିତ୍ୱ ଦେବା ପରେ ମୁଁ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଛି। ବେଆଇଆନ ମଦ କାରବାର ନେଟୱାର୍କକୁ ସମ୍ପୂର୍ଣ ଭଙ୍ଗାଯିବ। ବେହେରା କମିଶନ ଏବଂ ପାତ୍ର କମିଶନର ରିପୋର୍ଟ ଗୃହରେ ପ୍ରକାଶ କରାଯାଇନି, ଲୋକେ ଜାଣିନାହାନ୍ତି ସେଥିରେ କଣ ଅଛି। 

ଡ୍ୟାନ୍ସ ବାର ସମ୍ପୂର୍ଣ ବନ୍ଦ କରାଯିବ। ସ୍କୁଲ, କଲେଜ ଓ ମନ୍ଦିର ପାଖରେ ମଦ ଦୋକାନ ରହିବ ନାହିଁ, ନିର୍ଦ୍ଧିଷ୍ଟ ଦୂରତାରେ ରହିବ। ଚୋରା ମଦ ନେଟୱର୍କ ବନ୍ଦ କରାଯିବ। ସରକାରୀ ଜାଗାରେ ହେଉଥିବା ମଦ କାରବାରକୁ ବୁଲଡଜର ଲଗାଇ ଭଙ୍ଗାଯିବ। ବର୍ଷକ ଭିତରେ ବେଆଇନ ଚୋରା ମଦ ବ୍ୟାପାର ପୁରା ବନ୍ଦ ହେବ। ଯୋଉମାନେ ବେଆଇନ ମଦ କାରବାରରେ ଲିପ୍ତ ଅଛନ୍ତି ସେମାନେ କ୍ରିମିନାଲ। ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ପୃଷ୍ଠପୋଷକତା ରହିଛି, ଏହା ବନ୍ଦ ହେଉ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

The entire dance | Argus News