Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News -  ଆହୁରି ବଢିବ ଶୀତ 

Odisha

 ଆହୁରି ବଢିବ ଶୀତ 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଆହୁରି ବଢିବ ଶୀତ 

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। ବିଭିନ୍ନ ସ୍ଥାନର ରାତି ତାପାମାତ୍ରା ହ୍ରାସ ପାଇଥିବାବେଳେ ୮.୩ ଡିଗ୍ରୀ ସହ ସୁନ୍ଦରଗଡ ର କିରେଇ ସବୁଠାରୁ ଥଣ୍ଡା ଅଞ୍ଚଳ ପାଲଟିଛି। କନ୍ଧମାଳ ର ଜି.ଉଦୟଗିରି ରେ ୮.୪ ଡିଗ୍ରୀ, ଫୁଲବାଣୀ ରେ ୮.୫ ଡିଗ୍ରୀ, କୋରାପୁଟ ରେ ୯.୫ ଡିଗ୍ରୀ, ଭଦ୍ରକ ରାଣିତାଲ ରେ ୯.୬ ଡିଗ୍ରୀ, ରାଉରକେଲା ରେ ୯.୮, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ସୁନ୍ଦରଗଡ, ଦାରିଙ୍ଗବାଡି ରେ ୧୦ ଡିଗ୍ରୀ ଓ ଝାରସୁଗୁଡାରେ ୧୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଚି।

ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପ୍ରକାର ସିଷ୍ଟମ ନଥିବାରୁ ଉତ୍ତରା ପବନ ରାଜ୍ୟକୁ ପ୍ରବେଶ କରୁଚି। ଫଳରେ ଥଣ୍ଡା ଅନୁଭୂତ ହେଉଛି। ଆସନ୍ତା ୫ ଦିନ ଯାଏଁ ଏଭଳି ଥଣ୍ଡା ଲାଗି ରହିବ। ସେପଟେ ଟ୍ୱିନ ସିଟି ରେ ୧୩ଡ଼ିଗ୍ରୀ ଛୁଇଁଲା ପାରଦ । ଚଳିତ ସିଜିନ ରେ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ଏବଂ କଟକ ରେ ତାପମାତ୍ରା ୧୩ ଡ଼ିଗ୍ରୀ ଛୁଇଁଛି । ଆଜି ଭୁବନେଶ୍ୱର ରେ ୧୩.୨ ଡ଼ିଗ୍ରୀ ଓ କଟକ ରେ ୧୩.୫ ଡ଼ିଗ୍ରୀ  ସର୍ବନିମ୍ନ ରାତ୍ରି ତାପମାତ୍ରା ରେକର୍ଡ ହୋଇଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The entire Odisha is shivering in winter. While the night temperature has decreased in various places, Sundergarh has become the coldest region with 8.3 degrees. | Argus News