Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଳିତ ସିଜିନରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବରରେ ତାତି

Manini Pattanayak
Browse all articles by Manini Pattanayak
·2 years ago·1 min read
ଚଳିତ ସିଜିନରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବରରେ ତାତି

ଭୁବନେଶ୍ୱର:  ପ୍ରଚଣ୍ଡ ରୋଦ୍ର୍ୟତାପରେ ସିଝୁଛି ସାରା ଓଡ଼ିଶା । ଚଳିତ ସିଜିନରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ବରରେ ତାତି । ସାଢ଼େ ୨ଟା ସୁଦ୍ଧା ୪୩ ଡିଗ୍ରୀ ପାର କଲା ରାଜଧାନୀରେ ତାପମାତ୍ରା । ଦିନ 2ଟା 30 ସୁଦ୍ଧା ଭୁବନେଶ୍ବରରେ 43.8, ବାଲେଶ୍ବର 40.7, ଚାନ୍ଦବାଲି 40.4, କେନ୍ଦୁଝର 38 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଆଗାମୀ 24 ଘଣ୍ଟା ତାତି ଜାରି ରହିବ । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଗରମରୁ ଦେଇପାରେ ଆଶ୍ବସ୍ତି । ବର୍ଷା ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ପ୍ରଭାବରେ ଅନେକ ସ୍ଥାନରେ ଦିନ ତାପମାତ୍ରା 2ରୁ 3 ଡିଗ୍ରୀ ହ୍ରାସ ହୋଇପାରେ । 25 ତାରଖଠୁ ପୁଣି ବଢିବ ତାତି । ସେପଟେ ଚଳିତ ବର୍ଷ ୧୬ ଜିଲ୍ଲାରୁ ଆସିଲାଣି ଅଂଶୁଘାତଜନିତ ସୂଚନା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ‘ଅଂଶୁଘାତ ଓ ତାତି ଜନିତ ସମସ୍ୟା ପାଇଁ ୮୯ ଜଣ ମେଡିକାଲରେ ଭର୍ତ୍ତିଲ ହୋଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛିନ୍ତି  ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The entire Odisha is suffering from severe heat. Bhubaneswar broke the record this season. | Argus News