Videos
|
Odisha

ସାମ୍ନାକୁ ଆସିଲା ବିଜେଡି ସରକାରରେ ବଡ଼ ଘୋଟାଲାର ପ୍ରମାଣ

Rashmita Mishra
Browse all articles by Rashmita Mishra
·2 years ago·2 min read
ସାମ୍ନାକୁ ଆସିଲା ବିଜେଡି ସରକାରରେ ବଡ଼ ଘୋଟାଲାର ପ୍ରମାଣ

ଅର୍ଗସ ବ୍ୟୁରୋ: BJD ସରକାରରେ କୋଟି କୋଟି ଟଙ୍କାର କାରବାର କରି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳିଛନ୍ତି ଦୁର୍ନିତୀ ଖୋର ବାବୁ। ସାମ୍ନାକୁ ଆସିଲା ବଡ଼ ସତ। ଆସନ୍ତୁ ଜାଣିବା ନିଯୁକ୍ତି ପାଇଁ ସରକାରଙ୍କ ପକ୍ଷରୁ ଥିବା ପରୀକ୍ଷା ପରିଚାଳନା ଦିଗରେ ଥିବା ତୃଟି ପଛର ପୁରା ଘଟଣା ।  ପରୀକ୍ଷା ପରିଚାଳନା ପାଇଁ ଘରୋଇ କମ୍ପାନୀ ଗୁଡ଼ିକୁ ସ୍ଵତନ୍ତ୍ର ସିକୃତି ଦେଇ ଘୋଟାଲା ପାଇଁ ନିଜେ ବାଟ ଫିଟେଇଥିଲେ ପୁର୍ବ BJD ସରକାର। ରାଜ୍ୟରେ ପରୀକ୍ଷା ପରିଚାଳନା ପାଇଁ ଏଡିକୁଇଟି, ସତଭତ ଇନଫୋସଲ ଓ ସିଫି ଭଳି ଘରୋଇ କମ୍ପାନୀଙ୍କୁ ଓକାକ୍ ଦେଇଥିଲା ସ୍ବୀକୃତି। ଅଭିଯୋଗ ଅନୁସାରେ ସ୍ବୀକୃତି ପଛରେ ଥିଲେ ମନୋଜ ମିଶ୍ର ଓ ମାନସ ପଣ୍ଡା। ତେବେ ନଜର ପକାନ୍ଜାତୁ ଜାତୀୟ ଗଣ ମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ଖବର ଉପରେ। ପରୀକ୍ଷା ପରିଚାଳନାରେ ଘୋଟାଲା କରିଥିବା ଏହି କମ୍ପାନୀଙ୍କୁ ଅନ୍ୟ ରାଜ୍ୟରେ ବ୍ଲାକ ଲିଷ୍ଟେଡ କରାଯାଇଛି। ହେଲେ ଆଶ୍ଚର୍ଯ୍ୟର କଥା ଓଡ଼ିଶାରେ ପରୀକ୍ଷା ପରିଚାଳନା ପାଇଁ ଏହି ବ୍ଲାକ ଲିଷ୍ଟେଡ କମ୍ପାନୀ ଗୁଡ଼ିକୁ ଓକାକ୍ ଦେଇଛି ସ୍ଵୀକୃତି। ବଡ଼ ପ୍ରଶ୍ନ କେଉଁ ଆଧାରରେ ଓକାକ୍ ବ୍ଲାକ ଲିଷ୍ଟେଡ୍ କଂପାନୀଙ୍କୁ ଦେଲା ପରିଚାଳନା ଦାୟିତ୍ବ, କାହିଁକି ବିଜେଡି ସରକାର ସମୟରେ ପୂର୍ବତନ ଚେୟାରମ୍ୟାନ ଓ ମନୋଜଙ୍କ ଖାସ୍ ତଥା ଏବେର ଏମଡି ମାନସ ପଣ୍ଡା ବ୍ଲାକ୍ ଲିଷ୍ଟେଡ୍ କଂପାନୀଙ୍କ ସ୍ବୀକୃତିକୁ ପ୍ରତ୍ୟାହାର କଲେନାହିଁ।

ସେପଟେ ସାରା ରାଜ୍ୟରେ ଆଶାୟୀ ପ୍ରାର୍ଥୀଙ୍କ ମନରେ ଜଳୁଛି ଅସନ୍ତୋଷର ନିଆଁ। ଆର ଆଇ, ଏ ଆର ଆଇ ଓ ଅମିନ ପରୀକ୍ଷାରେ ବ୍ୟାପକ ଅନିୟମିତତା ନେଇ ମଧ୍ୟ ଅଭିଯୋଗ ଆସୁଛି।  ପୂର୍ବ ସରକାରରେ ଏହି ବ୍ଲାକ ଲିଷ୍ଟେଡ କମ୍ପାନୀ ମାଧ୍ୟମରେ ଚାକିରୀ ବିକ୍ରି କରାଯାଇଥିବା ଅଭିଯୋଗ ଆସିଥିଲା। ହେଲେ ଏହି ବ୍ଲାକ ଲିଷ୍ଟେଡ୍ ଘରୋଇ କମ୍ପାନୀ ଗୁଡ଼ିକ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନଥିଲେ ପୂର୍ବ ସରକାର।

ଏବେ ବଡ଼ ପ୍ରଶ୍ନ ପରୀକ୍ଷା କେଳେଙ୍କାରୀରେ କିଏ କିଏ ସଂପୃକ୍ତ, ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ପୁନଶ୍ଚ ପରୀକ୍ଷା ଦାବି କରିଛନ୍ତି ଛାତ୍ରଛାତ୍ରୀ। ତା ସହ ସିଫି ଭଳି ବ୍ଲାକ ଲିଷ୍ଟେଡ କମ୍ପାନୀ ଆୟୋଜିତ କରିଥିବା ସମସ୍ତ ପରୀକ୍ଷାକୁ ସରକାର ବାତିଲ କରନ୍ତୁ ବୋଲି ଚାକିରୀ ଆଶାୟୀ ପ୍ରାର୍ଥୀମାନେ ଦାବି କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡିଶା ଖବର...

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The evidence of a big scam in the BJ government came to light | Argus News Odia