Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଉପରେ ବି ପଡ଼ିଛି ମାଫିଆଙ୍କ ନଜର

Odisha

ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଉପରେ ବି ପଡ଼ିଛି ମାଫିଆଙ୍କ ନଜର

Manini Pattanayak
Browse all articles by Manini Pattanayak
·2 years ago·2 min read
ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଉପରେ ବି ପଡ଼ିଛି ମାଫିଆଙ୍କ ନଜର

 ଭୁବନେଶ୍ୱର:  ଓଡ଼ିଶାର ନିର୍ବାଚନୀ ପରିବେଶରେ ଆହୁରି ତାତି ଭରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  । ବୁଲଡୋଜର ବାବା କହିଛନ୍ତି, ଓଡ଼ିଶାରେ ବି ଚାଲିବ UP ଷ୍ଟାଇଲରେ ବୁଲଡୋଜର । ଓଡ଼ିଶାର ଜମି, ବାଲି, ଜଙ୍ଗଲ ଓ ଗୋ ମାଫିଆଙ୍କ ବିରୋଧରେ ହେବ ଆକ୍ସନ ଜୋରଦାର । ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଉପରେ ବି ପଡ଼ିଛି ମାଫିଆଙ୍କ ନଜର । ଏହାପୂର୍ବରୁ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାର ସବୁ କ୍ଷେତ୍ରରେ ମାତିଥିବା ମାଫିଆର ଅଣ୍ଟା ଭାଙ୍ଗିବ ବିଜେପି ସରକାର ।
 
ଓଡ଼ିଶାର ନିର୍ବାଚନୀ ପରିବେଶରେ ଆହୁରି ତାତି ଭରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ। ଯୋଗୀ କହିଛନ୍ତି ଓଡ଼ିଶାରେ ବି ହେବ ଉତ୍ତରପ୍ରଦେଶ ଭଳି ଆକ୍ସନ। ଓଡ଼ିଶାର ମାଫିଆଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଆତଙ୍କରାଜ୍ ଚଳାଇଥିବା ଜମି, ବାଲି, ଜଙ୍ଗଲ ଓ ଗୋ ମାଫିଆଙ୍କ ଉପରେ ଚାଲିବ ୟୁପି ଷ୍ଟାଇଲରେ ବୁଲଡୋଜର ।  ବାଣପୁର ଜନସଭାରେ ଯୋଗୀ କହିଛନ୍ତି ଓଡ଼ିଶାରେ ସକ୍ରିୟ ମାଫିଆଙ୍କ ନଜର ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଉପରେ ବି ପଡ଼ିଛି ।

ନବୀନ ସରକାରଙ୍କ ସଂରକ୍ଷଣରେ ହଜିଗଲା ରତ୍ନଭଣ୍ଡାର ଚାବି। ପ୍ରକୃତରେ ଜଗନ୍ନାଥଙ୍କ ଖଜଣାକୁ ଲୁଟ୍ କରିଛନ୍ତି ମାଫିଆ।  ତିନି ଦିନ ତଳେ ସମାନ ଭାବେ ଓଡ଼ିଶାର ମାଫିଆଙ୍କୁ କଡ଼ା ଚେତାବନୀ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 25 ବର୍ଷର ଶାସନରେ ବିଜେଡି ଓଡ଼ିଶାକୁ ଦେଇଛି ଜମି, ବାଲି, କୋଇଲା ଓ ଖଣି ମାଫିଆ । ଦିନ ରାତି 24 ଘଣ୍ଟା ଓଡ଼ିଶାକୁ ଲୁଟିବାରେ ଲାଗିଛନ୍ତି ବିଜେଡିର ବିଧାୟକ ଓ ମନ୍ତ୍ରୀ। ମୋଦି କହିଥିଲେ, ଓଡ଼ିଶାରେ ସବୁ କ୍ଷେତ୍ରକୁ କବଜା କରିରଖିଛି ଜଣେ ମାଫିଆ। ବିଜେପି ସରକାର ଆସିଲେ ଭାଙ୍ଗି ଦିଆଯିବ ମାଫିଆର ଅଣ୍ଟା। 

ଓଡ଼ିଶାରେ ଚାଲିଥିବା ବାବୁ ରାଜ୍ ଉପରେ ପ୍ରବଳ ବର୍ଷିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ। ଯୋଗୀ କହିଛନ୍ତି ଓଡ଼ିଶାର ଶାସନ କଳକୁ କବଜା କରିନେଇଛି ନୌକରଶାହ । ବାବୁ ରାଜ୍ ଫଳରେ ଏଠି ଚାଲିଛି ଏକଛତ୍ରବାଦ । ସୀମା ଟପିଲାଣି ଭ୍ରଷ୍ଟାଚାର ଆଉ ଗରିବଙ୍କ ହକ୍ ଉପରେ କରାଯାଉଛି ଡକାୟତି । ଏଥିପାଇଁ ଓଡ଼ିଶାରୁ ବାବୁ ରାଜ୍ ନିପାତ କରିବାକୁ ଆହ୍ବାନ ଦେଇଛନ୍ତି ଯୋଗୀ।
 ପ୍ରଧାନମନ୍ତ୍ରୀ ଓ ୟୁପି ମୁଖ୍ୟମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ପରେ ଏକଥା ସ୍ପଷ୍ଟ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଦୁର୍ନୀତି ଓ ଭ୍ରଷ୍ଟାଚାରୀଙ୍କ ଉପରେ ଚାଲିବ ୟୁପି ଷ୍ଟାଇଲରେ ବୁଲଡୋଜର। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
The eyes of the mafia have also fallen on the jewels of Mahaprabhu Jagannath | Argus News