Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା

ଅର୍ଗସ ବ୍ୟୁରୋ:  ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ପର୍ଦ୍ଦାଫାସ୍ ହୋଇଛି । ଆପଣ ଦେଖୁଥିବା ଫଟୋରେ ଏ ବ୍ୟକ୍ତି ହେଉଛନ୍ତି ମହମ୍ମଦ ମାସୁମ୍ ଖାନ୍ । ଅଭିଯୋଗ ମାଲକାନଗିରି ମୋଟୁରେ ପ୍ରାୟ ଶହେ ଏକର ଜଙ୍ଗଲ ଜମି ଜବରଦଖଲ କରିଥିବା ବ୍ୟକ୍ତି ହେଉଛନ୍ତି ଏହି ମାସୁମ୍ ଖାନ୍। ଇସଲାମନଗର ନାଁରେ ମାସୁମ୍ ଖାନ୍ ଲ୍ୟାଣ୍ଡ ଜିହାଦ ଚଳାଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଏବେ ସାମ୍ନାକୁ ଆସିଛି ବିଜେଡିର ବଡ଼ ନେତାଙ୍କ ସହ ମାସୁମ୍ ଖାନଙ୍କର ଫଟୋ। ପୁଣି ବିଜେଡିର ରାଜନୈତିକ କାର୍ଯ୍ୟକ୍ରମରେ ବି ସେ ଆଗରେ ରହି ନେତୃତ୍ବ ନେଉଥିବାର ବି ଦେଖାଯାଇଛି। ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ସହ ମାସୁମ୍ ଖାନଙ୍କର ଫଟୋ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ପଛରେ ପ୍ରଦୀପ ମାଝୀଙ୍କର ହାତ ଅଛି କି ?

ବିଜୁ ଜନତା ଦଳର ଶାସନରେ ମାସୁମ୍ ଖାନଙ୍କୁ ଜଙ୍ଗଲ ଜମି ଜବରଦଖଲ ପାଇଁ ମିଳିଥିଲା କି ଖୋଲା ଛୁଟ୍ ? ବିଜେଡି ଭୟରେ ମାସୁମ୍ ଖାନଙ୍କ ଲ୍ୟାଣ୍ଡ ଜିହାଦ ନେଇ ଚୁପ୍ ଥିଲା କି ମାଲକାନଗିରି ପ୍ରଶାସନ ? ମାସୁମ୍ ଖାନଙ୍କ ଜମି କେଳେଙ୍କାରୀ ପଛରେ ଆଉ କେଉଁ ବିଜେଡି ନେତାଙ୍କ ସହଯୋଗ ଓ ସମର୍ଥନ ରହିଛି ? ମାଲକାନଗିରି ମୋଟୁରେ 326 ନମ୍ବର ଜାତୀୟ ରାଜପଥରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ହୋଇଛି ଏ ଜଙ୍ଗଲ ଜମି ଜବରଦଖଲ ଆଉ ବେଆଇନ ନିର୍ମାଣ। ଇସଲାମନଗର ନାଁରେ ଏ ଲ୍ୟାଣ୍ଡ ଜିହାଦ ପାଇଁ ବିଜେଡି ଶାସନ ସମୟରେ ଦିଆଯାଇଛି ଭରପୁର ପ୍ରୋତ୍ସାହନ ଓ ସହାୟତା। ପ୍ରାୟ ଶହେ ଏକର ଜମି ବେଆଇନ ଜବରଦଖଲ କରାଯାଇଛି। ଜବରଦଖଲ ଜମିକୁ ସଂଯୋଗ ହୋଇଥିବା ରାସ୍ତା ନରେଗା ଯୋଜନାରେ ନିର୍ମାଣ ହୋଇଛି। ମତ୍ସ୍ୟ ବିଭାଗର ସହାୟତାରେ ପୋଖରୀ ଖୋଳା ଯାଇଛି, ଜଳସେଚନ ପାଇଁ ସରକାରୀ ଟଙ୍କାରେ ଉଠାଜଳସେଚନ ପ୍ରକଳ୍ପ ବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The face behind the Malkangiri Land Jihad came to light | Argus News